ବେଲଗୁଣ୍ଠା: ତା -୧୮/୦୧(ବିଏମସି ଟିଭି ଓଡ଼ିଆ)
ନିଜ ଅବସର ଜୀବନକୁ ସ୍ମୃତିମୟ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସଦ୍ୟ ଅବସର ଗ୍ରହଣ କରିଥିବା ଶିକ୍ଷକ ସୂର୍ଯ୍ୟନାରାୟଣ ବେହେରା ନିଜ ଗ୍ରାମ ପାଇଲିପଡ଼ାରେ ଏକ ନିଆରା ଢଙ୍ଗରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବେହେରାଙ୍କ ପ୍ରାଥମିକ ବିଦ୍ୟାଳୟର ସହପାଠୀ, କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର ୧୯୮୧ ମସିହା ଏକାଦଶ ଶ୍ରେଣୀର ସହପାଠୀ ଏବଂ ୧୯୮୫/୮୭ ମସିହା ସିଟି ବ୍ୟାଚ୍ ର ସହପାଠୀ, ଶିକ୍ଷକ ଶିକ୍ଷୟିତ୍ରୀ, ସହକର୍ମୀ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ବନ୍ଧୁ ମାନେ ଏକାଠି ହୋଇ ପରସ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ବିଶେଷ କରି ଦୀର୍ଘ ୪୦ ରୁ ୪୫ବର୍ଷ ପରେ ଶ୍ରୀ ବେହେରାଙ୍କ ଏକାଦଶ ଶ୍ରେଣୀ ଏବଂ ସିଟି ଶ୍ରେଣୀର ସହପାଠୀ ମାନେ ଗୋଟିଏ ସ୍ଥାନରେ ପରସ୍ପରକୁ ଭେଟିବାର ସୁଯୋଗ ପାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଶିଶିର କୁମାର ସାହୁ, ଭାସ୍କର ବିଷୋୟୀ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ଵରୂପ ରଞ୍ଜନ ମହାନ୍ତି, ପୋଲସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁବାସିନୀ ତ୍ରୀପାଠି, ହିଞ୍ଜିଳି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଭି ସୂର୍ଯ୍ୟକାନ୍ତି ପାତ୍ର, ପାଇଲିପଡ଼ା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ କମାଲ୍ କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ପାଇଲିପଡା ତନ୍ତୁବାୟ ସମିତି ସମ୍ପାଦକ କଣ୍ଡକ୍ କ୍ରିଷ୍ଣା ମୂର୍ତ୍ତୀ ପାତ୍ର,ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଶିକ୍ଷାବିତ୍ ଶାନ୍ତନୁ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ସେମାନଙ୍କ ଜୀବନର ଅନୁଭୂତି ବଖାଣିବା ସହିତ ଶ୍ରୀ ବେହେରାଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମର କର୍ତ୍ତା ତଥା ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟନାରାୟଣ ବେହେରା ଏବଂ ତାଙ୍କ ସହଧର୍ମିଣୀ ଶିକ୍ଷୟିତ୍ରୀ ଲଳିତା କୁମାରୀ ସାହୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଶିକ୍ଷକ ଶିଶିର କୁମାର ସ୍ୱାଇଁ ଅତିଥି ସ୍ୱାଗତ କରିଥିବା ବେଳେ ସିଆରସିସି ଛାୟାକାନ୍ତ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଶ୍ରୀ ବେହେରାଙ୍କ ପରିବାର ତରଫରୁ ହନୁମାନ ଚାଳିଶା ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ମାଧବରିଡା ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଶ୍ରୀ ବେହେରାଙ୍କ କନ୍ୟା ଇଞ୍ଜିନିୟର୍ ଲିପ୍ସାରାଣୀ ବେହେରା ଏବଂ ପୁଅ ତଥା ଡ଼ାକ୍ତରୀ ଛାତ୍ର ସୌଜନ୍ୟ ପ୍ରସାଦ ବେହେରାଙ୍କ ବେହେରାଙ୍କ ତତ୍ତ୍ୱାବଧାନରେ ଶ୍ରୀ ବେହେରାଙ୍କ ପରିବାର ସଦସ୍ୟ ଏବଂ ପାଇଲିପଡ଼ା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


