ଢ଼େଙ୍କାନାଳ:ତା-୦୪/୦୩(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମାଜସେବା କରିଆସୁଥିବା କୁମ୍ଭାରସାହିର ରାଇଜିଂ ଷ୍ଟାର କ୍ଲବର ପଞ୍ଚମ ରକ୍ତଦାନ ଶିବିର ସ୍ଥାନୀୟ ଅଭିନନ୍ଦନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ କ୍ଲବର ସଦସ୍ୟମାନେ ରକ୍ତଦାନ କରିବା ସହିତ ନିଜ ନିଜର ସାଙ୍ଗସାଥି ଓ ବନ୍ଧୁବାନ୍ଧବ ମାନଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଇଥିଲେ। ଫଳସ୍ୱରୂପ ପ୍ରତ୍ୟେକ ବର୍ଷ ରକ୍ତ ସଂଗ୍ରହ ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବତନ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ସମ୍ପର୍କରେ କ୍ଲବର ସଦସ୍ୟ ମାନଙ୍କ ଆଗ୍ରହ ଆହୁରି ବଢ଼ାଇଥିଲେ ଏବଂ ଜିଲ୍ଲାର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଢ଼ୀଙ୍କ ମିଳିତ କରକମଳରେ ଏହି ରକ୍ତଦାନ ଶିବିରର ଶୁଭ ଉଦଘାଟନ ହୋଇଥିଲା। ସବୁଠାରୁ ଆକର୍ଷଣୀୟ ଥିଲା ଶ୍ରୀ ପାଢ଼ୀଙ୍କ ପୁଅ ତଥା କ୍ଲବର ସଦସ୍ୟ ରଶ୍ମିରଂଜନ ପାଢ଼ୀ (ଲିଲୁ ) ତାଙ୍କର ୭୯ତମ ରକ୍ତଦାନ ଏବଂ ଥରେ ପ୍ଲାଜମା ଦାନ କରି ଶିବିରରେ ଥିବା ସମସ୍ତ ରକ୍ତଦାତାଙ୍କ ମନୋବଳ ବଢ଼ାଇଥିଲେ। ଜିଲ୍ଲା ରକ୍ତ ଭଣ୍ଡାରର ସଭାପତି ବିରଞ୍ଚି ନାରାୟଣ ପାଣି, ପରମାନନ୍ଦ ପଣ୍ଡା, ଅଜୟ କୁମାର ସ୍ୱାଇଁ, ରୋହିତ ଦାସ, ଅଭିମନ୍ୟୁ ସାହୁ, ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ କ୍ଲବର ସଭାପତି ସନାତନ ରାଉଳ, ସମ୍ପାଦକ ଗୁରୁପଦ ବିଶ୍ୱାଳ, ଇଂ ଅଶୋକ ଦାସ, ଅବସର ପ୍ରାପ୍ତ ବନ ଅଧିକାରୀ ସୁବାଷ ଚନ୍ଦ୍ର ମିଶ୍ର, ପୂର୍ବତନ ପ୍ରଶାସନିକ ଅଧିକାରୀ ବସନ୍ତ କୁମାର ସାହୁ, ପୂର୍ବତନ ରାଜସ୍ବ ନିରୀକ୍ଷକ ଶରତ ସାହୁ, ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ଦାସ, ବିଶିଷ୍ଟ ଶିଳ୍ପପତି ମନୋଜ କୁମାର ପୃଷ୍ଟି, ବିମଳ ପୋଦ୍ଦାର, କୃଷ୍ଣ ଦେବତା ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ମହାରଣା, ଆଲୋକ ସାହୁ, ଜିତେନ୍ଦ୍ରୀୟ ପଣ୍ଡା, ବେଣୁଧର ରାଉତ, ଗୋଲକ ବିଶ୍ୱାଳ, ପବିତ୍ର ସେନାପତି, ପ୍ରତାପ ସେନାପତି, ସନ୍ତୋଷ ବେହେରା, ଶ୍ରବଣ ପ୍ରମୁଖ ସହଯୋଗ କରିଥିଲେ। କ୍ଲବର ମାର୍ଗଦର୍ଶକ ତଥା ସମାଜସେବୀ ଗୋବିନ୍ଦ ଚନ୍ଦ୍ର ରାଉଳ ସ୍ଥାନୀୟ ଲୋକମାନଙ୍କୁ ରକ୍ତଦାନର ଉପକାରିତା ସମ୍ପର୍କରେ ପରାମର୍ଶ ଦେଇଥିଲେ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା


