ବାଲିମେଳା: ତା -୧୪/୦୩ (ବିଏମସି ଟିଭି ଓଡ଼ିଆ)
ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଓ ନିଜର ମତାମତ ମଧ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ ଅଧ୍ୟାପକ ପୁରୁଷୋତ୍ତମ ସମରଥ ଉପସ୍ଥାପନ କରିଥିଲେ ଯେ ଯୁବ ବର୍ଗଙ୍କୁ ଦାୟିତ୍ୱବାନ କରାଇବା ସହ ବେପରୁଆ ଗାଡି ଚାଳନାରୁ ବର୍ତ୍ତିବା ଯାହାଦ୍ଵାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏହା ସହିତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ଵାରା “ଯତ୍ନବାନ ହେବା, ସୁରକ୍ଷିତ ରହିବା” ଓ “ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ” ଇତ୍ୟାଦି କିଛି ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ଜନିତ ଶିକ୍ଷଣୀୟ ଓ ସଚେତନ ମୂଳକ ଭିଡିଓ ଗୁଡ଼ିକ ମଧ୍ୟ ପରିବେଷଣ କରାଯାଇଥିଲା।
ବାଲିମେଳା ରୁ ଦିଲୀପ କୁମାର ଦସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


