ବେଲଗୁଣ୍ଠା:ତା-୨୨/୦୧(ବିଏମସି ଟିଭି ଓଡ଼ିଆ)
ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଯୁବ ରେଡକ୍ରସ୍,ଜାତୀୟ ସେବା ଯୋଜନା,ସ୍କାଉଟ ଓ ଗାଇଡ ସ୍ବେଚ୍ଛାସେବୀ ଏବଂ ଗାଙ୍ଗପୁର ପୋଲିସ୍ ବାହିନୀର ମିଳିତ ସହଯୋଗରେ ସଡକ ସୁରକ୍ଷା ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ । ଛାତ୍ର ଛାତ୍ରୀଙ୍କୁ ନେଇ ଜନ ସଚେତନତା ରାଲି ବିଦ୍ୟାଳୟ ପରିସରରୁ ବାହାରି କ୍ଷତ୍ରିୟବରପୁର ମୁଖ୍ୟ ସଡକ ଅତିକ୍ରମ କରିବା ସହ ଜନସାଧାରଣଙ୍କୁ ଲିଫଲେଟ ବଣ୍ଟନ କରାଯାଇଥିଲା । ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ବାବଧାନରେ ବହୁ ପୋଲିସ୍ କର୍ମଚାରୀଙ୍କ ସମେତ ଅନୁଷ୍ଠାନର ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା,ଏନ୍.ଏସ୍.ଏସ୍ ଅଧିକାରୀ ଭବାନୀ ଶଙ୍କର ରା, ଯୁବ ରେଡକ୍ରସ କାଉନସେଲର ସୌମେନ୍ଦୁ ପଣ୍ଡା,ସ୍କାଉଟ ଗାଇଡ ରୋଭର ଲିଡର ପି.ଦପକ ରାଓ,ରେଞ୍ଜର ଲିଡର ଜୟଶ୍ରୀ ସେଠୀ ତଥା ସମସ୍ତ ଷ୍ଟାଫଙ୍କ ସହଯୋଗରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ମୋଟର ବାଇକ,କାର୍ ,ବସ୍,ଆଦି ଯାନବାହନ ଚାଳକଙ୍କୁ ସଚେତନତା ବାର୍ତ୍ତା ସମ୍ବଳିତ ଲିଫଲେଟ୍ ,ଗୋଲାପ ଫୁଲ ପ୍ରଦାନ ପୂର୍ବକ ହେଲମେଟ୍ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା,ଦ୍ରୁତ ଗାଡି ଚାଳନା ନ କରିବା ଓ ରାସ୍ତାରେ ସଡକ ସୁରକ୍ଷା ନିୟମ ଗୁଡିକୁ ମାନିବା ଆଦି ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ରେଡକ୍ରସ୍ କାଉନସିଲର ସୁଶାନ୍ତ କୁମାର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ସେହିପରି ସ୍ଥାନୀୟ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ଯୁବ ରେଡ଼କ୍ରସ୍ ଏବଂ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀମାନଙ୍କ ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ ଏବଂ ସମ୍ମାନିତ ଅତିଥି ରୂପେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଯୋଗ ଦେଇ ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ଉଚିତ୍ ବୋଲି କହିବା ସହିତ ସେହି ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା, ଦ୍ରୁତଗତିରେ ଗାଡ଼ି ନ ଚଳାଇବା, ମଦ୍ୟପାନ ନକରିବା ସହ ଟ୍ରାଫିକ୍ ନିୟମ ମାନିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଯୁବ ରେଡକ୍ରସ୍ ପରମର୍ଶଦାତା ଡ ସଞ୍ଜିବ୍ କୁମାର ଦାସ ,ଜାତୀୟ ସେବା ଯୋଜନା ଅଧିକାରୀ ସୀମାଞ୍ଚଳ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।



