ସମ୍ବଲପୁର/ଗୋଡଭଗା :ତା-୨୩/୦୧ (ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଘୁଡୁକାଟିକ୍ରା ଠାରେ ମାଆ ସରସ୍ୱତୀଙ୍କ ପୁଜନୋତ୍ସବ, ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା ବାଲ ବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର ସମନ୍ୱିତ ଭାବେ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଚାଳନା ସମିତିର ସଭାପତି ପ୍ରଦୀପ କର୍ଣ୍ଣ ଦୀପ ପ୍ରଜ୍ବଳନ କରି ବିଦ୍ୟାଳୟର ପ୍ରାଚୀର ପତ୍ରିକା ‘ଶତ ରୂପା’କୁ ଉନ୍ମୋଚନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଭାଇ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ଗାନ କରି ମାଆ ସରସ୍ଵତୀ , ବୀର ସୁରେନ୍ଦ୍ର ସାଏ ଏଵଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପାଦ ପଦ୍ମରେ ଶ୍ରଦ୍ଧା ସୁମନ ଅର୍ପିତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ଶୁଭ୍ରସ୍ମିତା ଗୁରୂମା ବୀର ସୁରେନ୍ଦ୍ର ସାଏଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଭୂମିସୁତା ଗୁରମା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ବକ୍ତବ୍ୟ ପ୍ରଦାନ ରଖିଥିଲେ। ବିଦ୍ୟାଳୟର ଭାଇ ଓ ଭଉଣୀମାନେ ନିଜସ୍ଵ ଢଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସୌମ୍ୟ ରଞ୍ଜନ ସାହୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ସଂସ୍କୃତରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ରାହା ଫତିମା ବୀର ସୁରେନ୍ଦ୍ର ସାଏଙ୍କ ଉପରେ ସଂସ୍କୃତରେ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ। ଇପ୍ସା ବାରିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଇଂରାଜୀରେ ବକ୍ତବ୍ୟ ଦେଇଥିଲେ । ସାନିଆ ଭୋଇ ବୀର ସୁରେନ୍ଦ୍ର ସାଏଙ୍କ ବିଷୟରେ ହିନ୍ଦୀରେ ବକ୍ତବ୍ୟ ରଖିଥିଲେ।

ଯୋଗେନ୍ଦ୍ର ବିଶ୍ବାଳ ଇଂରାଜୀରେ ବୀର ସୁରେନ୍ଦ୍ର ସାଏଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପୁନମ୍ ଅଦାବର୍ ଭଉଣୀ ସମସ୍ତ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଅବିନାଶ ଶତପଥି ମାଆ ସରସ୍ୱତୀଙ୍କ ପୂଜାରେ ପୌରାହିତ୍ୟ କରି ନିଜ ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା କରି ଉପବିତ ପିଲାମାନଙ୍କୁ ଚିତ୍ତାକର୍ଷକ ମହାବିଭୁତି ପ୍ରଦାନ କରିଥିଲେ। ଏହି ଅବସରରେ ଗୁରୁମା ପୂଜା ସାହୁ ସମସ୍ତ କାର୍ଯ୍ୟକ୍ରମର ପ୍ରମୁଖ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ। ଏହି ପରିପ୍ରେକ୍ଷୀରେ ପରିଚାଳନା ସମିତିର ସଦସ୍ୟ ସୁଦାମ ପଧାନ , ତ୍ରିବିକ୍ରମ ପ୍ରଧାନ, ସଦସ୍ୟା ରେଶସ୍ୱିନି ସେଠ୍, ରୀନା ମହାରଣା, ବିଦ୍ୱାନ୍ ପରିଷଦର ନାଟ୍ୟକାର କୃଷ୍ଣଚନ୍ଦ୍ର କର୍ଣ୍ଣ ଓ ଉପଦେଷ୍ଟା କମିଟିର ସଦସ୍ୟ ରୁକ୍ମିଣୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ମାତାପିତାଙ୍କ ସାନିଧ୍ୟ ପାଇ ବାଲ ବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର ଅନୁଷ୍ଠିତ ହୋଇଥିଲା। ସମସ୍ତ ଅଭିଭାବକମାନେ ବିଦ୍ୟାଳୟରୁ ପାଖରେ ଥିବା ଜଗନ୍ନାଥ ମନ୍ଦିରକୁ ପୂର୍ବ କାର୍ଯ୍ୟସୂଚୀ ମତେ ଗ୍ରନ୍ଥ ଶୋଭାଯାତ୍ରା କରିଥିଲେ। ସେଥିରେ ମୁଖ୍ୟ ଅତିଥି ଭାବେ ମାନଭଞ୍ଜନ ପ୍ରଧାନ ପୌରହିତ୍ୟ କରିଥିଲେ। ବାଲ ବାଟିକାର ସମସ୍ତ କାର୍ଯ୍ୟକ୍ରମର ପ୍ରମୁଖ ଭାବରେ ଶ୍ରୁତି ଲିପି ଗୁରୁମା ଦାୟିତ୍ଵ ବହନ କରିଥିଲେ । ସମସ୍ତ ଗୂରୁମାଆ, ଗୁରୁଜୀ, ସେବକ, ସେଵିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


