ବାଲିମେଳା: ତା -୧୦/୦୨(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଠାରୁ ଆଠ ଦିନିଆ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମାଝୀ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସେ ନିଜ ଅଭିଭାଷଣରେ କହିଥିଲେ ଯେ ଆତ୍ମରକ୍ଷା କେବଳ ଏକ ଶାରୀରିକ କୌଶଳ ନୁହେଁ ବରଂ ଏହା ମାନସିକ ସଶକ୍ତିକରଣର ଏକ ମାଧ୍ୟମ। ଏହି କାର୍ଯ୍ୟକ୍ରମର ସଂଯୋ ଜିକା ଲିପସା ରାଣୀ ଗମାଙ୍ଗ ସମସ୍ତଙ୍କୁ ସ୍ବାଗତ କରିବା ସହ ନାରୀ ସୁରକ୍ଷା ଏବଂ ସେମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ବୋଲି ମତ ରଖିଥିଲେ। ଇତିହାସ ବିଜ୍ଞାନର ଅଧ୍ୟାପିକା ମମତା ପାତ୍ର ବିପଦ ସମୟରେ ଭୟଭୀତ ନ ହୋଇ ସାହସ ର ସହ ମୁକାବିଲା କରିବା ପାଇଁ ମତ ଦେଇଥିଲେ। ଅର୍ଥନୀତି ଅଧ୍ୟାପିକା ସବିତା ଭୁକ୍ତା ଆତ୍ମରକ୍ଷା କାହିଁକି ଜରୁରୀ ତା ଉପରେ ମତ ବ୍ୟକ୍ତ କରିଥିଲେ। ପ୍ରଶିକ୍ଷକ ଶୈଳଜା ସାହାଣୀ ଏବଂ ରାଜଲକ୍ଷ୍ମୀ ମାଡକାମୀ ଏକ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥଲେ ଶେଷରେ ସଂଯୋଜିକା ଧନ୍ୟବାଦ୍ ଅର୍ପଣ କରିଥିଲେ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


