ବାଲିମେଳା: ତା -୧୪/୦୩(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ନଗରରେ ଥିବା ବସଷ୍ଟାଣ୍ଡରେ ଥିବା ଏକ ଦୋକାନଟିରେ ନିଆଁରେ ସମ୍ପୁର୍ଣ୍ଣ ଭାବେ ପୋଡିଯାଇଛି।ଦୋକାନ ମାଲିକ ହେଉଛନ୍ତି ବାଲିମେଳା ସହରର ୱାର୍ଡ ନମ୍ବର-୬ ରେ ରହୁଥିବା ମାଧବ ବେହେରା ଓ ତାଙ୍କ ପତ୍ନୀ କାମିନୀ ବେହେରା ବୋଲି ଜଣା ପଡିଛି।ବସଷ୍ଟାଣ୍ଡ ଭିତରେ ଉଭୟ ସ୍ୱାମୀ ସ୍ତ୍ରୀ ଏକ ଚାହା ପାଣି ବିସ୍କୁଟ ଦୋକାନ କରି ଗୁଜରାଣ କରୁଥିଲେ।ଗତ କାଲି ସବୁ ଦିନ ପରି ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।ମଧ୍ୟ ରାତିରେ ଦୋକାନ ହୁତୁ ହୁତୁ ହୋଇ ଜଳୁଥିବା ଦେଖି ଉକ୍ତ ବସଷ୍ଟାଣ୍ଡରେ ରାତ୍ରି ଯାପନ କରୁଥିବା ବସ କର୍ମଚାରୀ ମାନେ ସାଙ୍ଗେ ସାଙ୍ଗେ ମାଧବକୁ ଖବର ଦେଇଥିଲେ।ମାଧବ ଆସି ପହଞ୍ଚି ଦେଖିଲା ବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡି ଜଳି ପାଉଁଶ ହୋଇଯାଇଛି।ନିଆଁ କିପରି ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।ମାଧବଙ୍କ କହିବା ଅନୁଯାୟୀ ସେ ଦୋକାନକୁ ବନ୍ଦ କରି ଗଲା ବେଳକୁ ଦୋକାନର ସମ୍ମୁଖ ପଟକୁ ଜରିରେ ଘୋଡେଇ ବନ୍ଦ କରି ଯାଇଥାନ୍ତି ।କେହି ଦୁର୍ବୁତ୍ତ ରାତିରେ ଉକ୍ତ ଜରିରେ ନିଆଁ ଲଗାଇବା ଯୋଗୁ ହେଇଥାଇପାରେ କିମ୍ବା ବିଦ୍ୟୁତ ସଟ ସର୍କିଟ ଯୋଗୁ ହେଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଦୋକାନରେ ଥିବା ବିସ୍କୁଟ,ପାନୀୟଜଳ, ଫ୍ରିଜ, କୁଲର ,ନଗଦ ୫ହଜାର ଟଙ୍କାର କଏନ ଏବଂ ଅନ୍ୟାନ୍ୟ ବହୁ ସାମଗ୍ରୀ ମଧ୍ୟ ଜଳି ପୋଡି ସମ୍ପୂର୍ଣ ରୂପେ ପାଉଁଶ ହୋଇଯାଇଛି।ତାଙ୍କର ଏକ ମାତ୍ର ରୋଜଗାର ମାଧ୍ୟମ ଏହି ଦୋକାନ। ମାଧବ ଅତ୍ୟନ୍ତ ଗରିବ ଶ୍ରେଣୀର ସେ କିପରି ଚଳିବେ ସେ ନେଇ ଚିନ୍ତାରେ ପଡିଛନ୍ତି ପରିବାର ଲୋକେ ।ସକାଳେ ଏ ସମ୍ପର୍କରେ ଖବର ପାଇବା ମାତ୍ରେ ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, କାଉନସିଲର କୃଷ୍ଣ ବାଘ ଓ ଏନଏସିର ରାଜସ୍ବ ନିରୀକ୍ଷକ ସାଧୁ ଚରଣ ମହାନ୍ତି ସଙ୍ଗେ ସଙ୍ଗେ ଘଟଣା ପହଞ୍ଚି ଦେଖିବା ସହ ମାଧବକୁ ଆଶ୍ୱାସନା ଦେବା ସହିତ ଏନଏସି ତରଫରୁ କିଛି ସାହାଯ୍ୟ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ତାଙ୍କୁ ପ୍ରତିଶୃତି ଦେଇ କହିଥିଲେ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


