ଖୋର୍ଦ୍ଧା / ବୋଲଗଡ଼, ତା-୨୮/୧୨ ( ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ ବ୍ଲକ ସ୍ଥାନୀୟ ନନ୍ଦୀଘୋଷ ଭବନ ପରିସରରେ ୨୦୦୦ ମସିହା ବୋଲଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମ୍ୟାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ଓ ବନ୍ଧୁମିଳନ ବାସନ୍ତୀ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିକ୍ଷୟତ୍ରୀ ମୀରା ମଞ୍ଜରୀ ସାହୁ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ବିରଞ୍ଚି ନାରାୟଣ ଚହଟରାୟ ଓ ଦାଶରଥି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ, ଦୀପ ଓ ଧୂପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଛାତ୍ରୀମାନେ ଶିକ୍ଷକମାନଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।

ଏହି ଅବସରରେ ବୋଲଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚରେ ପଢ଼ୁଥିବା ୧୦୦ରୁ ଉର୍ଦ୍ଧ ଛାତ୍ରୀମାନେ ଏକତ୍ରିତ ହୋଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ । ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ପ୍ରଥମା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରି ଥିବା ବେଳେ ରୋଜାଲିନ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା ।



