ପୋଲସରା:ତା -୦୫/୦୨ (ବିଏମସି ଟିଭି ଓଡ଼ିଆ)
ଆସିକା ବ୍ଲକ ଭେଟନଇ ନିକଟସ୍ଥ ମା’ କଙ୍କଣଦେବୀଙ୍କ ପୀଠରେ ଶ୍ରୀ ଦଧିବାମନ ଉଚ୍ଚ ବିଦ୍ୟାଳୟ ବରିଡା ଏ- ୧୯୮୯ ବ୍ୟାଚର୍ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା’ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ପୂଜା ଅର୍ଚ୍ଚନା ଏବଂ ଭୋଗ ଅର୍ପଣ କରାଯାଇଥିଲା। ପରେ ଏକ ସ୍ମୃତିସଭା କରାଯାଇ ଦିବଙ୍ଗତ ଗୁରୁ ଏବଂ ସାଙ୍ଗମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବନ୍ଧୁତ୍ୱଭାବ ନିଦର୍ଶନ ସ୍ୱରୂପ ପରସ୍ପର ମଧ୍ୟରେ ଭାବ ବିନିମୟ କରିବାସହ ବାଲ୍ୟ ଜୀବନର ସ୍ମୃତି ସାଉଟିଥିଲେ। ଏଥିସହ ଆଗକୁ ପ୍ରତ୍ଯେକବର୍ଷ ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଜାରି ରଖିବାକୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବ୍ୟାଚର୍ ନୀଳକଣ୍ଠ ପ୍ରଧାନ , ମନୋଜ କୁମାର ପଣ୍ଡା , ଗୋକୁଳ ନାହାକ , ଉକ୍ତ କାର୍ଯ୍ୟକ୍ରମକୁ ସଭା ପରିଚାଳନା କରିଥିଲେ କୃଷ୍ଣ ଚନ୍ଦ୍ର ବେହେରା , ସନ୍ତୋଷ କୁମାର ସାହୁ ,ବିଶ୍ଵନାଥ ଗୌଡ , ରାମକୃଷ୍ଣ ସାହୁ , ରାମଚନ୍ଦ୍ର ପ୍ରଧାନ ,ମନୋଜ କୁମାର ମହାରଣା , ସନ୍ତୋଷ କୁମାର ମହାରଣା,ବଙ୍ଗାଳୀ ପ୍ରଧାନ , ପଞ୍ଚାନନ ବେହେରା ,ସଞ୍ଜୟ ପ୍ରଧାନ , ବାବୁଲା ପ୍ରଧାନ , ପୁଷ୍ପାଞ୍ଜଳି ସ୍ଵାଇଁ ,ଶୋଭାମୟୀ ମହାରଣା ,କବିତା ସ୍ଵାଇଁ ,ଗୀତାଞ୍ଜଳି ପାଣି ପ୍ରମୁଖ ଯୋଗଦେଇ ସହଯୋଗ କରିଥିବାବେଳେ ବିଚିତ୍ର ନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


