ମାଲକାନଗିରି ; ତା-୦୪/୦୪ ( ବିଏମସି ଟିଭି ଓଡ଼ିଆ)
କୁଡୁମୁଲୁଗୁମା ଉଦଯାପନୀ ସ୍ଥାନୀୟ ଡାର୍ୱିନ୍ ମେମୋରିଆଲ୍ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଦୀର୍ଘଦିନ ବ୍ୟାପି ଅର୍ଥାତ୍ ତା ୦୧.୦୪.୨୦୨୬ ରିଖ ଠାରୁ ତା ୦୩.୦୪.୨୦୨୬ ରିଖ ପର୍ଯ୍ୟନ୍ତ ରାଜ୍ୟର ପାଞ୍ଚଟି ବିଶ୍ୱବିଦ୍ୟାଳୟର ୨୦୦ ଜଣ ସ୍ଵେଚ୍ଛାସେବୀଙ୍କୁ ନେଇ କାର୍ଯ୍ୟକାରୀ ହୋଇ ଆସୁଥିବା ରାଜ୍ୟସ୍ତରୀୟ ଏନ ଏସ୍ ଏସ୍ ଜନଜାତି ସ୍ଵେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ (NSS Tribal Volunteers’ Empowerment Programme) ତା ୦୩.୦୪.୨୦୨୬ ରିଖ ଦିନ ଉଦଯାପିତ ହୋଇଅଛି। ଏଥିରେ ସକାଳ ଛଅଟା ସମୟରେ ଯୋଗ ପ୍ରଶିକ୍ଷିକା ଚନ୍ଦ୍ରକାନ୍ତି ନେଗି ଏବଂ ସୁକାନ୍ତି କବାସି ସ୍ଵେଚ୍ଛାସେବୀମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଆସନ, ପ୍ରାଣାୟାମ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହା ପରେ ସ୍ଵେଚ୍ଛାସେବୀଙ୍କୁ ମାନଙ୍କୁ ବିଭିନ୍ନ ପ୍ରକାର ଯୋଗ, ଆସନ, ପ୍ରାଣାୟମ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହା ପରେ ସ୍ଵେଚ୍ଛାସେବୀମାନଙ୍କ ନିମନ୍ତେ ସାଇବର୍ ସିକ୍ୟୁରିଟି ଉପରେ ଚିତ୍ରପୁଣ୍ଡା ଏସ୍ଡିପିଓ ପ୍ରଦୋଷ ପ୍ରଧାନ ଏବଂ କମ୍ୟୁନିଟି ସର୍ଭିସ୍ ଉପରେ ଡକ୍ଟର ଦୁର୍ଗାପ୍ରସାଦ ରାଜ ସ୍ଵେଚ୍ଛାସେବୀମାନଙ୍କୁ ପିପିଟି ମାଧ୍ୟମରେ ସବିଷେଷ ବିବରଣୀ ପ୍ରଦାନ ପୂର୍ବକ ଶିକ୍ଷା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଯାପନୀ କାର୍ଯ୍ୟକ୍ରମ ଦିବା ତିନି ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମାଲକାନଗିରି ପ୍ରଥମେଶ ଅରବିନ୍ଦ ରାଜେଶିରକେଙ୍କ ସହିତ ସମ୍ମାନିତ ଅତିଥି ରୂପେ ଆମ ମହାବିଦ୍ୟାଳୟର ସଭାପତି ତଥା ଉପଜିଲ୍ଲା ପାଳ ଦୁର୍ଯ୍ୟୋଧନ ଭୋଇ, ଅତିରିକ୍ତ ଜିଲ୍ଲା ପାଳ ଅଜୟ ମାଣ୍ଡାଙ୍ଗୀ, ତହସିଲଦାର କୃଷ୍ଣଚନ୍ଦ୍ର ଦାସ, ବିକ୍ରମଦେବ ବିଶ୍ୱବିଦ୍ୟାଳୟର କୂଳସଚିବ ମହେଶ୍ୱର ନାୟକ, ଏନଏସଏସ ସଂଯୋଜକ ବିକ୍ରମଦେବ ବିଶ୍ୱବିଦ୍ୟାଳୟ, ଜଯପୁରର ଡକ୍ଟର ମନୋରଞ୍ଜନ ପ୍ରଧାନ, ଏନଏସଏସର ଜିଲ୍ଲା ସଂଯୋଜକ ସରୋଜ ମହାପାତ୍ର, ସ୍ଥାନୀୟ ଅଞ୍ଚଳର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୋଲିସ ନିରୀକ୍ଷକ ଲକ୍ଷ୍ମୀନାରାୟଣ ମଧୁଲି, ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସଭା କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ସ୍ଵେଚ୍ଛାସେବୀମାନଙ୍କୁ ଏନ ଏସ୍ ଏସ୍ ର ଆବଶ୍ୟକତା ଏବଂ ଆଭିମିଖ୍ୟ ଉପରେ ସୁନ୍ଦର ବିବରଣୀ ପ୍ରଦାନ କରିବା ସହିତ ଜଣେ ପ୍ରଶାସନିକ ଅଧିକାରୀ ହେବା ନିମନ୍ତେ ରହିଥିବା ବିଭିନ୍ନ ସୋପାନ ବିଷୟରେ ସବିଶେଷ ଧାରଣା ପ୍ରଦାନ କରିଥିଲେ। ଉପସ୍ଥିତ ସମ୍ମାନିତ ଅତିଥିମାନେ ସ୍ଵେଚ୍ଛାସେବୀମାନଙ୍କୁ ଏହି ତିନି ଦିନ ଶିବିରରୁ ଶିଖିଥିବା ଶିକ୍ଷାକୁ ନିଜର ବାସ୍ତବ ଜୀବନରେ କାର୍ଯ୍ୟକାରୀ କରିବା ସହିତ ସମାଜସେବା କ୍ଷେତ୍ରରେ ନିଃସ୍ଵାର୍ଥପର ଭାବନାନେଇ ଆଗେଇବା ପାଇଁ ପ୍ରେରଣା ଦେଇଥିଲେ। ଏହି ତିନି ଦିନିଆ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସର୍ବଶେଷରେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ଏବଂ ସଫଳତାପୂର୍ବକ ସମସ୍ତ ଆୟୋଜନ ଦେଖି ଉପସ୍ଥିତ ଅତିଥିମାନେ ଆନନ୍ଦ ପ୍ରକାଶ କରିବା ସହିତ ମହାବିଦ୍ୟାଳୟର ଉତ୍ତୋରୋତ୍ତର ଉନ୍ନତି କାମନା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରୋଗ୍ରାମ୍ ଅଫିସର ବିଶ୍ୱଜିତ ମହାନ୍ତି ଏବଂ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ତଥା ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସେବାଜନିତ ମନୋବୃତ୍ତି ଏବଂ କାର୍ଯ୍ୟକାରିତାକୁ ପ୍ରଶଂସା ସହିତ ଅନୁକରଣ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସର୍ବଶେଷରେ ଏନ ଏସ୍ ଏସ୍ ଜିଲ୍ଲା ସଂଯୋଜକ ସରୋଜ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପନ କରିଥିଲେ।

ମାଲକାନଗିରି ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ୱାଇଁଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


