ବାଙ୍କୀ: ତା -୩୦/୦୧(ବିଏମସି ଟିଭି ଓଡିଆ)
ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମର ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ୮ବାର୍ଷିକ ଉତ୍ସବ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ‘ଗାଁର ମହକ’ ପତ୍ରିକା ଉନ୍ମୋଚନ, ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ହେବା ସହ କବି ଓ କଳାକାରମାନଙ୍କୁ ଗାଁର ମହକ ସମ୍ମାନ ଏବଂ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି କବି ଲଲାଟେନ୍ଦୁ ପଣ୍ଡା ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂସଦର ଆବାହକ ଅକ୍ଷୟ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଭୁବନେଶ୍ୱର କଳିଙ୍ଗ ଚିକିତ୍ସାଳୟର ପ୍ରବନ୍ଧକ ଡକ୍ଟର ନିତ୍ୟ ସୁନ୍ଦର ସିଅ ଯୋଗଦାନ କରି କବିତା ମାଧ୍ୟମରେ ଉପସ୍ଥିତ କବି କଳାକାର ମାନଙ୍କୁ ସେମାନଙ୍କର ସାହିତ୍ୟ ରଚନା କ୍ଷେତ୍ରରେ ପାରଦର୍ଶିତା ପାଇଁ ବଧେଇ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ଭାଷା ଭାବନା ଓଡ଼ିଶାର ସଂପାଦକ ଡକ୍ଟର ସୁକାନ୍ତ କୁମାର ପ୍ରଧାନ ଯୋଗଦାନ କରି କବିମାନଙ୍କୁ ଦ୍ୱିତୀୟ ଈଶ୍ୱର ସହିତ ତୁଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ମଲ୍ଲାହର ସଂପାଦକ ଅନୀଲ କୁମାର ଜେନା, ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କବି କୌଶିକ ନାୟକ, ବିଶିଷ୍ଟ ସମ୍ମାନିତ ଅତିଥି ତଥା ପୂର୍ବତନ ଓଡ଼ିଶା ଉଚ୍ଚନ୍ୟାୟଳୟର ପରିଚାଳକ ନିତ୍ୟାନନ୍ଦ ମହାନ୍ତି, ଅଧ୍ୟାପକ ଯୋଗୀନାଥ ମଲ୍ଲିକ, ନାରାୟଣ ପାତ୍ର ପ୍ରମୁଖ ଯୋଗଦାନ କରି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଧ୍ୟାତ୍ମିକ ଗୁରୁ ବୁଲୁ ବାବାଙ୍କ ପରିଚାଳନାରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ଆସରରେ ମୁଖ୍ୟଅତିଥି ଭାବେ କବି ରବିନାରାୟଣ ମଙ୍ଗରାଜ, ସମ୍ମାନିତ ଅତିଥି ଭାବେ ଡାକ୍ତର ଜଗଦିଶ ପଣ୍ଡା, ନାରୀକବି ବିଦ୍ୟୁଲତା ଭୂୟାଁ ଓ ମାନସୀ ମହାନ୍ତି ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । କବିତା ଗୁଡିକୁ କବୟିତ୍ରୀ ଶକୁନ୍ତଳା ମଲିକ ସଂଯୋଜନା କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ପତ୍ରିକାର ସମ୍ପାଦକ ତଥା ଅନୁଷ୍ଠାନର ସଂଯୋଜକ ମନୋଜ କୁମାର ରାଉତ, ଯୁବ ସଂଗଠକ ବିଶ୍ୱ ରଞ୍ଜନ ସ୍ବାଇଁ ନେତୃତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ କବି ରବିନାରୟଣ ମଙ୍ଗରାଜଙ୍କୁ ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନ ଗାଁର ମହକ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିତ୍ୟାନନ୍ଦ ମହାନ୍ତି, ରମଣୀ ରଂଜନ ମହାନ୍ତି, ଭକ୍ତଚରଣ ବେହେରା, ସ୍ନେହାଞ୍ଜଳି ବିଶ୍ୱାଳ, ପ୍ରତିଭାରାଣୀ ରାୟ, ମାନସ କୁମାର ନନ୍ଦ, ସଂଜୁବାଳା ନାୟକ, ତ୍ରିଲୋଚନ ନାୟକ, ଶଶିଭୂଷଣ ତ୍ରିପାଠୀ ଓ ଗୀତା ମହାପାତ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କଣ୍ଠଶିଳ୍ପୀ ଯଶୋବନ୍ତ ମହାପାତ୍ର ଓ ପ୍ରଦ୍ୟୁମ୍ନ ରଣାଙ୍କ ତତ୍ତ୍ୱାବଧାନରେ ସ୍ୱାଗତ ସଂଗୀତ ପରିବେଷଣ ହୋଇଥିବା ବେଳେ ନୃତ୍ୟ ଶିଳ୍ପୀ ଶିବାନୀ ପାଲ୍ଙ୍କ ନୃତ୍ୟ ମନମୁଗ୍ଧ ହୋଇଥିଲା । ଅନୁଷ୍ଠାନର ସଂପାଦକ ବାବୁଲି ରଣା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପଣ୍ଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀ ରଥ, ପ୍ରମୋଦ ବିଶୋଇ, ସୁରେଶ ଚନ୍ଦ୍ର ସାହୁ, କିଶୋର ନୀଳମାଧବ ମିଶ୍ର, ସହଦେବ ମଲିକ, କବି ଜଗଦିଶ, ମନ୍ମଥ କୁମାର ସ୍ୱାଇଁ ବିଭୂ ହେତା, ପ୍ରତୀମା ସାହୁ, ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ, ସଂଜୀବ ଦାସ, ପ୍ରଫୁଲ୍ଲ ସାହୁ, କାଶିନାଥ ରାଉତ, ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରତିମା ସାହୁ, ପ୍ରିିତିଲତା ଗିରି, ସୁନୀତା ରଣା, ସୁଚିସ୍ମିତା ରାଉତ, ଯାଜ୍ଞସେନୀ ରଣା, ସୁଲଂଗ୍ନା ନନ୍ଦ ପ୍ରମୁଖ ଶତାଧିକ କବି ଯୋଗଦାନ କରି ସ୍ୱରଚିତ କବିତାମାନ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ମନୋଜ କୁମାର ରାଉତ, ଅର୍ପିତ ସାମଲ, ବାଣୀପଦ ଦିକ୍ଷୀତ , ଓମ୍ ପ୍ରକାଶ ସାମଲ, ବିବିନ୍ଦ୍ର ରଣା, ବଳଭଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ସହ ସଂପାଦକ ପ୍ରଦୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ବାଙ୍କୀ ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


