ରଣପୁର ; ତା-୩୧/୦୩ (ବିଏମସି ଟିଭି ଓଡ଼ିଆ )
ବିଦ୍ୟାଳୟ ପ୍ରବେଶ ଗେଟ ରେ ପଡିଛି, ଏହାର ସାମନାରେ ପାଠ୍ୟ ସାମଗ୍ରୀ ଧରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ସେମାନଙ୍କ ସହିତ ଯୋଗଦେଇଛନ୍ତି ଅଭିଭାବକ ଏପରି ଏକ ଅଘଟଣ ଦେଖିବାକୁ ମିଳିଛି ନୟାଗଡ଼ ଜ଼ିଲା ରଣପୁର ବ୍ଲକ କାଣ୍ଡପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସୂଚନା ଯୋଗ୍ୟ, ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ଏହାଦ୍ୱାରା ପାଠପଢାରେ ଅସୁବିଧା ହେବା ଲକ୍ଷ୍ୟକରି ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ଉକ୍ତ ଶିକ୍ଷକଙ୍କ ବଦଳିକୁ ବାତିଲ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।ବଦଳି ଆଦେଶ ପ୍ରତ୍ୟାହର ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁରହିବା ସହ ସ୍କୁଲ ଗେଟରୁ ଚାବି ଖୋଲା ହେବନାହିଁ ବୋଲି ଅଭିଭାବକ ମାନେ ଦୃଢ଼ ଭାବରେ ପ୍ରକାଶ କରୁଛନ୍ତି। ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଂଚି ନ ଥିବା ଜଣାପଡିଛି।ଏହି ଘଟଣା ସମ୍ପର୍କରେ ଆମ ପ୍ରତିନିଧି ରଣପୁର ଗୋଷ୍ଠୀ ଶିକ୍ଷାଧିକାରୀ ପିଣ୍ଟୁ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ ସେ ସୂଚନା ଦେଇଥିଲେ ଯେ, ନିକଟସ୍ଥ ଏକ ସ୍କୁଲରେ ଶିକ୍ଷକ ଅଭାବ ଦୃଷ୍ଟିରୁ ଏହି ଶିକ୍ଷକଙ୍କୁ ସେଠାକୁ ଅସ୍ଥାୟୀ ଭାବରେ ବଦଳି କରାଯାଇଥିଲା।କାଣ୍ଡପଡ଼ାରେ ଏପରି ଧାରଣା କାର୍ଯ୍ୟକ୍ରମ ଯୋଗୁ ଏହି ଶିକ୍ଷକଙ୍କ ବଦଳିକୁ ବାତିଲ କରିଦିଆ ଯାଇଛି।ଆମ ଲୋକଙ୍କ ସରକାର ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ହଜାର ହଜାର ଶିକ୍ଷକ ପଦବୀକୁ ପୂରଣ ନ କରି ବହୁ ଲୋକଦେଖାଣିଆ ଯୋଜନା ପ୍ରଚଳନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।ସେଗୁଡିକ ତୃଣମୂଳ ସ୍ତରରେ କିପରି ଓ କେଉଁମାନେ କାର୍ଯ୍ୟକାରୀ କରିବେ ସେଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରି ୫ଟି ପ୍ରକ୍ରିୟା କୁ ଭିର୍ଣ୍ଣ ଭାବରେ ପ୍ରଚଳନ କରୁଥିବା ଲକ୍ଷ୍ୟ କରାଯାଉଛି।କଥାରେ ନୁହେଁକାମରେ କରି ଦେଖାଇବାକୁ ପ୍ରଥମେ ଶିକ୍ଷକ ପଦବୀ ଗୁଡିକ ପୂରଣ କରିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ଶିକ୍ଷାବିତ୍ତ ମାନେ ମତ ପୋଷଣ କରୁଛନ୍ତି।

ବିଏମସି ନ୍ୟୁଜ୍ ଓଡି଼ଶା।


