ବେଲଗୁଣ୍ଠା ;ତା-୧୨/୦୯(ବିଏମସି ଟିଭି ଓଡ଼ିଆ)
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁର ସ୍ଥିତ ତେନ୍ତୁଳିଆଶାସନ ଦେବସ୍ଥାନ ମହାବିଦ୍ଯାଳୟରେ ଛାତ୍ରଛାତ୍ରୀଙ୍କ ପେପର ବ୍ୟାକକୁ ନେଇ ଗେଟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ଯୁକ୍ତତିନି ପରୀକ୍ଷାର୍ଥୀଙ୍କ 2 ସେମିଷ୍ଟାର ଫଳାଫଳ ପ୍ରକାଶ ପାଇଥିବାବେଳେ ସେଥିରେ ଉକ୍ତ ବିଦ୍ୟାଳୟର ବହୁତ ଛାତ୍ରଛାତ୍ରୀଙ୍କ ପେପର ବ୍ୟାକ ରହିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହା କେଉଁ କାରଣରୁ ଓ କିଭଳି ଭାବେ ପେପର ମୂଲ୍ୟାଙ୍କନ ହୋଇଛି ଯାଞ୍ଚ କରିବା ସହିତ ଏଥିପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ମୋଚିରାମ ନାହକଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


