ସମ୍ବଲପୁର:ତା-୨୯/୧୨(ବିଏମସି ଟିଭି ଓଡିଆ)
ଯାଜପୁରର ବିରାଜତ ଫାଉଣ୍ଡେସନ ପକ୍ଷରୁ ପଶ୍ଚିମ ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କୁ ଅନୁଷ୍ଠାନର ପ୍ରଥମ ବାର୍ଷିକୋତ୍ସବରେ ରବିବାର ସମ୍ମାନିତ କରାଯାଇଛି। ପ୍ରକାଶ ଥାଉକି ଶ୍ରୀ ନାୟକଙ୍କ ଇତି ମଧ୍ୟରେ ୨୯ ଗୋଟି ପୁସ୍ତକ ସହ ଏବେ ଡିଡି ପ୍ରକାଶନୀ ପକ୍ଷରୁ ତାଙ୍କର ଆତ୍ମଜୀବନୀ ‘ଦୋ ଛକି ମଣିଷ’ ପ୍ରକାଶ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ତାଙ୍କ ନାମରେ ଦେବଗଡ ଜିଲ୍ଲାର ଏକ କଲେଜ ମଧ୍ୟ ନାମିତ ହୋଇଛି। ତାଙ୍କୁ ଅଦ୍ୟାବଧି ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ଅନୁଷ୍ଠାନ ସମ୍ମାନିତ କରିଥିବା ବେଳେ ସେ ସମ୍ବାଦ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇ ସାରିଛନ୍ତି। ଫାଉଣ୍ଡେସନର ବାର୍ଷିକୋତ୍ସବରେ ରାଜ୍ୟର ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ଡ଼.ପ୍ରଭାସ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଓ ପ୍ରାବନ୍ଧିକ ଡ଼.ଭବାନୀ ଶଙ୍କର ପଟେଲ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମ୍ମାନିତ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ସୁବାସ ନାୟକ ବିରାଜତ ସାହିତ୍ୟ ସମ୍ମାନରେ ସମ୍ମାନିତ


