ସମ୍ବଲପୁର/କୁଚିଣ୍ଡା:ତା-୧୫/୦୨ (ବିଏମସି ଟିଭି ଓଡିଆ)
ସଂସ୍କୃତି ସୁରକ୍ଷା ମଞ୍ଚ,ଓଡ଼ିଶା ପକ୍ଷରୁ ସମାଜସେବୀ ଓ ସଂସ୍କୃତି ସଂଗଠକ ସୁବାସ ଚନ୍ଦ୍ର ନାୟକ ଙ୍କୁ ଉତ୍କଳ ଲୋକକଳା ସମ୍ମାନ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ହୀରାକୁଦ ସୁଭାଷ ମଇଦାନ ଠାରେ ଆୟୋଜିତ ଏକ ଉତ୍ସବରେ ଏହି ସମ୍ମାନକୁ ପୂର୍ବତନ କୁଚିଣ୍ଡା ଓ ଲଇକେରା ବିଧାୟକ ବୃନ୍ଦାବନ ମାଝୀ, ମଞ୍ଚର କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଏହା ପ୍ରଦାନ କରିଥିଲେ । ଏଥିସହ ଅବସର ପ୍ରାପ୍ତ ପ୍ରଶାସକ ମୁରଲୀଧର ନାଏକ, ଦେବଗଡ଼ର ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଭ୍ୟ ପ୍ରଫୁଲ୍ଲ ମହାପାତ୍ର ଓ ପ୍ରମୋଦ ନାଏକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ଉତ୍ସବରେ ପଦ୍ମଶ୍ରୀ ଡ.ଜିତେନ୍ଦ୍ରିୟ ହରିପାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


