ସମ୍ବଲପୁର/ଗୋଡଭଗା:ତା. ୧୨/୦୨ (ବିଏମସି ଟିଭି ଓଡ଼ିଆ)
ଅଗ୍ନିରୂପା ପୁରାଣ ମହାମଞ୍ଚ, ତାଳଚେର ଆଜି ଅନୁଗୋଳ ଜିଲ୍ଲାର ଜିଲ୍ଲା ପାଠାଗାର ଠାରେ ତାର ପ୍ରଥମ ବାର୍ଷିକୋତ୍ସବ ପାଳନ କରିଥିଲା। ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ, କବୟିତ୍ରୀ, ସମାଜସେବୀ ତଥା ପ୍ରକୃତି ବନ୍ଧୁ ଅନୁସୂୟା ଦେବତାଙ୍କୁ ‘ପୁରାଣ ମିତ୍ର’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ମହାମଞ୍ଚର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ତପୋଭୂମି ମାଣିକମରା ଆଶ୍ରମର ସ୍ଵାମୀ ସ୍ବତନ୍ତ୍ରlନନ୍ଦ ସରସ୍ଵତୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ମହେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କବୟିତ୍ରୀ ସୁଷମା ହୋତା ,ସମ୍ବଲପୁର, ନାରାୟଣ ଚନ୍ଦ୍ର ସେନାପତି, କେନ୍ଦୁଝର , ମହାମଞ୍ଚର ସମ୍ପାଦକ ଲମ୍ବୋଦର ମହାପାତ୍ର, ଉପସଭାପତି ସଂଗ୍ରାମ କେଶରୀ ସାହୁ, ମୁଖ୍ୟ ସଂଯୋଜକ ତଥା ମଞ୍ଚ ପରିଚାଳକ ରଞ୍ଜନ ଭୁକ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଶିଷ୍ଟ ପୁରାଣ ଆଲୋଚକମାନେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ପୁରାଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଷୟ ବସ୍ତୁ ଥିଲା ‘ପୁରାଣ ବିମୁଖତା ଆଧୁନିକ ସମାଜ’। ଏହି ଆଲୋଚନା ଚକ୍ରରେ ପୁରାଣ ବିଶାରଦ ତଥା ତତ୍ତ୍ଵଦର୍ଶୀ ଅର୍ଜୁନି ଚରଣ ବେହେରା, କାହ୍ନୁ ଚରଣ ପାଣିଗ୍ରାହୀ, ତ୍ରିନାଥ ଗଡ଼ନାୟକ, ପୁଷ୍ପଶ୍ରୀ ଶତପଥୀ, ନଳିନୀପ୍ରଭା ଦାସ, ଅନୁପମା ପ୍ରଧାନ, ସ୍ୱର୍ଣ୍ଣପ୍ରଭା ପ୍ରଧାନ, ଦୁଃଖବନ୍ଧୁ ନାଏକ, ସୁଶିଲ କୁମାର ସାହୁ, ଦୀପକ କୁମାର ସାହୁଙ୍କ ସମେତ ଶ୍ରୀମତୀ ଅନୁସୂୟା ଦେବତା ଏହି ଆଲୋଚନାରେ ଅଂଶଗ୍ରହଣ କରି ମହାମଞ୍ଚରେ ନିଜର ମତାମତ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


