ବାଙ୍କୀ: ତା -୨୩/୧୨(ବିଏମସି ଟିଭି ଓଡ଼ିଆ)
ବାଙ୍କୀ ବ୍ଲକ ଓସ୍ତିଆ ପଂଚାୟତ ରେ ଗତିକାଲି ରାତିରେ ହାତୀପଲ୍ଲ ଆସି ଦଳି ଚକଟି ଫସଲ ନଷ୍ଟ କରିଦେଇଛନ୍ତି ।ସକାଳ ପାଇଥିଲେ ଚାଷୀ ପନିପରିବା ତୋଳି ହାଟରେ ବିକ୍ରିକରିଥାନ୍ତା ଓ ଧାନ ଅମଳ କରି ଘରକୁ ଆଣିଥାନ୍ତା କିନ୍ତୁ ଦୁଃଖ ର ବିଷୟ ଗତକାଲି ରାତିରେ ୨୫ଟିକିଆ ହାତୀ ପଲ୍ଲ ଆସି ଦଳି ଚକଟି ଧାନ ଓ ପନିପରିବା ନଷ୍ଟ କରିଦେଇଛନ୍ତି । ଚାଷୀ ପୁଅ ଚାଷ କରି ତାର ପରିବାର ପ୍ରତିପୋଷଣ କରିବା ସହିତ ଆମ ରାଜ୍ୟ କୁ ଖାଦ୍ୟ ଶସ୍ୟ ଯୋଗାଇଥାଏ । କିନ୍ତୁ ଦୁଃଖ କଥା ନ କହିବା ଭଲ ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁ ବହୁତ ଫସଲ ନଷ୍ଟ ହୋଇଛି । ବାତ୍ୟା ଭୟରେ କଞ୍ଚା ଧାନ କାଟି ଶାଗ ମାଛ ଦରରେ ବିକ୍ରିକରିଛି ପୁଣି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଲାଣି କରଜ ଟଙ୍କା କିପରି ପରିଶୋଧ କରିବ। ହାତୀ ଆସି ଫସଲ ନଷ୍ଟ କରୁଥିଲେ ମଧ୍ୟ ବନ ବିଭାଗ ନିରବ ଦ୍ରଷ୍ଟା ସାଜିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ କିଛି ସୁଫଳ ମିଳୁନାହିଁ । ଓସ୍ତିଆ ପଂଚାୟତ ରୁ ପନିପରିବା ସଦାସର୍ବଦା ବାଙ୍କୀ ବଜାରକୁ ଆସିଥାଏ । ହାତୀଙ୍କ ଉପଦ୍ରଵ ଯୋଗୁ ଚାଷୀଙ୍କ ର ବହୁତ ଫସଲ ନଷ୍ଟ ହୋଇଛି । ସକାଳୁ ବନବିଭାଗ ଆସି ନଷ୍ଟ ହୋଇଥିବ ଫସଲ ର ଆକଳନ କରି ଖ୍ୟତି ପୂରଣ ଦେବାପାଇଁ ପ୍ରତିଶୃତି ଦେଇଛନ୍ତି।ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଚାଷୀଙ୍କ ଦୁଃଖ ବୁଝୁଛି ।
ବାଙ୍କୀ ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା


