ସମ୍ବଲପୁର/ଗୋଡଭଗା: ତା.୧୧/୧୨ (ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ଶିକ୍ଷା ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ କୃଷ୍ଣ ଚନ୍ଦ୍ର ସାଥୁଆ ଓ ଯୁଗ୍ମ ସମ୍ପାଦକ ତ୍ରିବିକ୍ରମ ପ୍ରଧାନ ଯୋଗଦେଇ ବାଳ ବାଳିକାର କ୍ରୀଡା ପର୍ଯ୍ୟାୟକୁ ଉଦ୍ଘାଟନ କରିଥିଲେ। ଏଥିର ମୁଖ୍ୟ ଅତିଥି ଭାବେ ମୁକ୍ତିୟାଲା ଗଙ୍ଗାଧର ରାକେଶ, ଉଦ୍ୟୋଗପତି ଭେଙ୍କଟେଶ୍ୱର ରାଇସ୍ ମିଲ୍,ବାବୁବନ୍ଧ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରେମାନନ୍ଦ ସାହୁ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟା ଏବଂ ଭୂତପୂର୍ବ ପୂର୍ବ ସମ୍ପାଦକ ଯୋଗ ଦେଇଥିଲେ। ଆଜି ବାର୍ଷିକ କ୍ରୀଡାର ଦ୍ୱିତୀୟ ଦିବସ କ୍ରୀଡ଼ା ସମାପନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଡଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ ଓ ସମ୍ମାନିତ ଅତିଥି ଭାବେ ପର୍ବତାରୋହୀ ଆଶିର୍ବାଦ ବେହେରା ଯୋଗଦେଇଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ଭୁବନେଶ୍ୱର ମହାକୁର (ଅବସରପ୍ରାପ୍ତ), ତ୍ରିଲୋକ୍ୟ ନାୟକ (ଲହଣ୍ଡା ଉଚ୍ଚ ବିଦ୍ୟାଳୟ), କ୍ଷୀରେଶ୍ୱର କର୍ଣ୍ଣ (ଅବସରପ୍ରାପ୍ତ), ଭୀମସେନ ସାହୁ (ଜାଗୃତି ଉଚ୍ଚ ବିଦ୍ୟାଳୟ,ଦୁଲମପୁର), ରମେଶ ଚନ୍ଦ୍ର ଛନ୍ଦ (ଜନତା ଉଚ୍ଚ ବିଦ୍ୟାଳୟ, ଗୋଡଭଗା) ଓ କଳା ଶିକ୍ଷକ ଗୀତି ରଞ୍ଜନ ସାହୁ ଯୋଗଦେଇ ଖେଳରେ ଶିଶୁ ଭାଇଭଉଣୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଅଭିଭାବକ/ଅଭିଭାବିକାମାନଙ୍କ ୧୦୦ମି ଚାଲିବା ପ୍ରତିଯୋଗୀତା ହୋଇଥିଲା। ବିଦ୍ୟାଳୟର ଭାଇଭଉଣୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଯଥା:- ୧୦୦ ମି଼, ୨୦୦ମି଼,୪୦୦ମି଼, ୮୦୦ମି, ୧୫୦୦ମି, ୩୦୦୦ମି, ୫୦୦୦ମି ଦୌଡ଼ ପ୍ରତିଯୋଗିତା ହୋଇଥିଲା। ଏତଦ୍ ବ୍ୟତୀତ ଉଚ୍ଚଡ଼ିଆ, ଲମ୍ବଡିଆ, ଗୋଲାଫିଙ୍ଗା, ଥାଳିଆଫିଙ୍ଗା, ବର୍ଚ୍ଛା ଫିଙ୍ଗା ଆଦି ଖେଳ ଆମନ୍ତ୍ରିତ ଖେଳ ଶିକ୍ଷକମାନଙ୍କ ଦ୍ୱାରା ହୋଇଥିଲା। ନିଜ ପୁଅଝିଅମାନଙ୍କ ଖେଳ ଏବଂ ବିଭିନ୍ନ ପ୍ରତିଯୋଗିତା ଦେଖିବାକୁ ଅଭିଭାବକ ଏବଂ ସ୍ଥାନୀୟ ସହସ୍ର ଜନସାଧାରଣଙ୍କ ଭିଡ ଦେଖିବାକୁ ମିଳିଥିଲା।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


