ରାୟଗଡ଼ା: ତା -୦୫/୦୨(ବିଏମସି ଟିଭି ଓଡ଼ିଆ)
ରାୟଗଡ଼ ସଦର ମହକୁମା ସ୍ଥିତ ପି.ଏଚ.ଡ଼ି ବାଲୁଙ୍କେଶ୍ୱର ଶିବ ମନ୍ଦିର ଠାରେ ବିଶ୍ଵଶାନ୍ତି ତ୍ରୟମ୍ବକ ମହାଯଜ୍ଞର ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି। ଦୀର୍ଘ ୧୮ବର୍ଷ ଧରି ବିଶ୍ଵଶାନ୍ତି ତ୍ରୟମ୍ବକ ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି। ୨୦୦୮ମସିହାରୁ ଆରମ୍ଭ ହେଇଥିବା ଏହି ପବିତ୍ର ମହାଯଜ୍ଞ
ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରରେ ପାଳନ କରିବା ନେଇ ମନ୍ଦିର କମିଟି ସଭାପତି ସୁନିଲ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଏହି ପରିପେକ୍ଷୀରେ ତହସିଲଦାର ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ୱାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସୁଦୂର ଗଞ୍ଜାମ ଜିଲ୍ଲାରୁ ପଣ୍ଡିତ ଚନ୍ଦ୍ର ଶେଖର ମିଶ୍ରଙ୍କ ସମେତ ୧୦ଜଣ ସହକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବୋଧନ ରେ ଯଜ୍ଞ ପରିଚାଳନା ଦାୟିତ୍ଵ ରହିବ। ଯଜ୍ଞରେ ୫ଜଣ କର୍ତ୍ତା ବସିବା ନେଇ ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ କୁମାର ରଣା ସୁଚନା ଦେଇଛନ୍ତି ସେମାନେ ହେଲେ ଗୋପ ରଞ୍ଜନ ବକ୍ସିପାତ୍ର , ସସ୍ମିତା ବକ୍ସିପାତ୍ର, ଦେବାଶିଷ ବକ୍ସିପାତ୍ର, ପ୍ରିୟଙ୍କା ବକ୍ସିପାତ୍ର, ସୁଶାନ୍ତ କୁମାର ସାହୁ, କରିଷ୍ମା ସାହୂ, ହରିଶ୍ଚନ୍ଦ୍ର ଦାସ, ସୌଦାମିନୀ ଆଚାର୍ଯ୍ୟ ଏବଂ ପେଦ୍ଦୀନା ଅନୁପ କୁମାର୍ ଓ କେ. ମୋନିକା। ଏହି ପବିତ୍ର ମହାଯଜ୍ଞ ଦିବ୍ୟ ଓ ଭବ୍ୟ କରିବା ପାଇଁ ମନ୍ଦିର କମିଟି ସଦସ୍ୟ ଶ୍ରୀ ବାପି ତ୍ରୀପାଠୀ, ଶ୍ରୀ ରଞ୍ଜନ କୁମାର ରଥ, ଶ୍ରୀ ସତ୍ୟ ପାଢ଼ୀ, ଅଜୟ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବେ ବୋଲି ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ କୁମାର ରଣା କହିଛନ୍ତି। ଏତଦ୍ ବ୍ୟତୀତ ବୁଦ୍ଧିଜୀବୀ ରାଜ କିଶୋର ପଣ୍ଡା, ଅଶ୍ଵିନୀ ପାଣିଗ୍ରାହୀ, ସତ୍ୟ ମିଶ୍ର ମନ୍ଦିର ପକ୍ଷରୁ ଥିବା ସ୍ବେଚ୍ଛାସେବୀ ମହିଳା ମଣ୍ଡଳୀ ସେବା ନିମିତ୍ତ ଉପସ୍ଥିତ ଥିଲେ।
ରାୟଗଡା ରୁ ରଞ୍ଜନ କୁମାର ମହାନ୍ତିଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


