ଢେଙ୍କାନାଳ: ତା -୧୮/୦୨(ବିଏମସି ଟିଭି ଓଡ଼ିଆ)
ଏନସିସି ରେ ଜଡିତ ମାଟ୍ରିକ ଛାତ୍ରୀ ମାନଙ୍କୁ ରାସୋଳ ହାଇସ୍କୁଲ ରେ ମିଳୁଛି ମାନସିକ ଚାପ। ମାଟ୍ରିକ ପରୀକ୍ଷାର୍ଥୀ ମାନଙ୍କ ପାଇଁ ସରକାରୀ ହାଇସ୍କୁଲ ରେ ଟଙ୍କା ପାଇଁ ଜୁଲମ ହେଉଥିବାର ଖବର ସାମ୍ନା କୁ ଆସିଛି।
ପରୀକ୍ଷାର୍ଥୀ ମାନଙ୍କୁ ମାନସିକ ଚାପ ଗ୍ରସ୍ତ କରିବାର ସଙ୍ଗୀନ ଅଭିଯୋଗ ଆସିଛି।ପ୍ରାୟ ୨୫ ଜଣ ରୁ ଉର୍ଦ୍ଧ୍ୱ ମେଧାବୀ ଛାତ୍ରୀ ଏନସିସି ଓ ସ୍କାଉଟ୍ ରେ ଭାଗ ନେଇଥିବା ବେଳେ ସେମାନଙ୍କ ର ଭାଗ୍ୟ ସହ ଖେଳୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ପିଇଟି ଶିକ୍ଷୟତ୍ରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତଥା ଏଭଳି ହେରାଫେରି ର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପାଠପଢି ଚଳିତ ବର୍ଷ ମାଟ୍ରିକ ଛାତ୍ରୀ ମାନଙ୍କୁ ସଂପୃକ୍ତ ଶିକ୍ଷୟତ୍ରୀ ନାହିଁ ନଥିବା ହଇରାଣ କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜନୈକା ଏନସିସି ରେ ଜଡିତ ଥିବା ଦଶମ ଶ୍ରେଣୀ ର ଛାତ୍ରୀ ସ୍କୁଲ ରେ ଏନସିସି ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସରକାର ଙ୍କ ତରଫରୁ ପୋଷାକ ପାଇଁ ୫୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ମିଳୁଥିବା ବେଳେ ସଂପୃକ୍ତ ଶିକ୍ଷୟତ୍ରୀ ଛାତ୍ରୀ ମାନଙ୍କ ଠାରୁ ୫୦୦୦ ଟଙ୍କା ମାଗି ନେଇ ନୂଆ ପୋଷାକ ତିଆରି କରି ଦେବେ କଣ ଛାତ୍ରୀ ମାନଙ୍କୁ ପୁରୁଣା ପୋଷାକ ଦେଇଥିଲେ। ତେବେ ଯେଉଁ ଛାତ୍ରୀ ମାନେ ଏଯାବତ ଟଙ୍କା ନଦେଇ ପୁରୁଣା ପୋଷାକ ନେଇଛନ୍ତି ସେମାନଙ୍କୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆଡ଼ମିଟ୍ କାର୍ଡ ନଦେଇ ସ୍କୁଲ ରୁ ଫେରାଇ ଦେଇଥିଲେ।ଯାହା ଫଳରେ ମାନସିକ ଚାପ ଗ୍ରସ୍ତ ହୋଇ ଜନୈକା ଛାତ୍ରୀ କିଛି ସାମ୍ବାଦିକ ଭାଇ ମାନଙ୍କ ସହାୟତା ଲୋଡ଼ିଥିଲେ। ସାମ୍ବାଦିକ ଭାଇ ମାନଙ୍କ ର ହସ୍ତକ୍ଷେପ ପରେ ଜଦିଓ ସ୍କୁଲ ତରଫରୁ ଆଡ଼ମିଟ୍ କାର୍ଡ ଦିଆ ଯାଇଛି କିନ୍ତୁ ସମ୍ପୃକ୍ତ ଛାତ୍ରୀ ଙ୍କ ଠାରୁ ପୋଷାକ ଫେରାଇବା ସହିତ ୫୦୦୦ ଟଙ୍କା ଦେବା ପାଇଁ ଏକ ଲିଖିତ ରାଜିନାମା ନେଇଛନ୍ତି।ପ୍ରକାଶ ଥାଉ କି ସମ୍ପୃକ୍ତ ଛାତ୍ରୀ ଅତିଶୟ ଗରିବ ପରିବାରରୁ ହୋଇଥିବା ବେଳେ ୫୦୦୦ଟଙ୍କା ମାଆ ଙ୍କ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିଦେଇଛନ୍ତି ଓ ସେ ଆଗାମୀ ଦିନରେ ଟଙ୍କା ଦେବାକୁ ସଂପୂର୍ଣ୍ଣ ଅସମର୍ଥ ବୋଲି କହିବା ସହିତ ମୋତେ ପରୀକ୍ଷା ଦେବାକୁ ସୁଯୋଗ ମିଳିଲେ ସୁଦ୍ଧା ସାର୍ଟିଫିକେଟ ସ୍କୁଲ ତରଫରୁ ଦିଆଯିବା ନାହିଁ ବୋଲି ସନ୍ଦେହ ହେଉଛି ବୋଲି କହିଛନ୍ତି। ତେବେ ଏଠି ସ୍ବତଃ ପ୍ରଶ୍ନ ଉଠୁଛି ପିଲା ମାନଙ୍କ ଠାରୁ ଟଙ୍କା ନେଲା ପରେ ନୂଆ ପୋଷାକ ନଦେଇ ପୁରୁଣା ପୋଷାକ କେମିତି ଦେଉଛନ୍ତି।ପୁରୁଣା ପୋଷାକ ଆସୁଛି କେଉଁଠାରୁ।ପୋଷାକ ଫେରାଇବା ଛାତ୍ରୀ ମାନଙ୍କ ପାଇଁ ବାଧ୍ୟତାମୂଳକ ନଥିବା ଵେଳେ ଛାତ୍ରୀ ଟଙ୍କା ନେବା ପରେ ମଧ୍ୟ ସ୍କୁଲ ର ପ୍ରଧାନ ଶିକ୍ଷକ ହ୍ବାଟ୍ସ ଅପ୍ ଜରିଆ ରେ ଚାପ ପକେଇବା କେତେଦୂର ଯୁକ୍ତିଯୁକ୍ତ।ପୁରୁଣା ଦେଇ ଖାତା କଲମ ରେ ନୂଆ ର ନାମ ଦେଇ ଛାତ୍ରୀ ମାନଙ୍କର ଟଙ୍କା କୁ ସ୍କୁଲ କର୍ତ୍ତୃପକ୍ଷ ଆତ୍ମସାତ କରୁଛନ୍ତି ବୋଲି ସନ୍ଦେହ ଘନୀଭୂତ ହେଉଥିବା ବେଳେ ଏହି ସଂକ୍ରାନ୍ତରେ ସ୍କୁଲ ର ପ୍ରଧାନ ଶିକ୍ଷକ ଓ ସଂପୃକ୍ତ ଶିକ୍ଷୟିତ୍ରୀ ଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଏପରିକି ଫୋନ ମାଧ୍ୟମରେ ଯୋଗା ଯୋଗ କଲେ ଟାଳଟୁଳ ନୀତି ଆପାଣାଇ ଥିବାର ସୂଚନା ମିଳିଛି। ବିଦ୍ୟାଳୟ ଭଳି ପବିତ୍ର ସ୍ଥାନ ରେ ବେପାରୀ ମାନଙ୍କ ଆଡ୍ଡାସ୍ଥଳୀ ହେଲେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଯେ ଅନ୍ଧକାରମୟ ନହେବ ତାହା କିଏ କହିବ।ଦୟା,କ୍ଷମା,ମାନବିକତା ଯେଉଁଠି ପିଲା ମାନଙ୍କୁ ଶିଖାଇବା କଥା ସେଠି ଟଙ୍କା ପାଇଁ ମାନବିକତା ସ୍କୁଲ କର୍ତ୍ତୃପକ୍ଷ ଭୁଲିଯାଉଥିବା ବେଳେ ଏଭଳି ହେରାଫେରି ର ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହିତ ସମ୍ପୃକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି।
ରସୋଳ ରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


