ଅନୁଗୁଳ ;ତା/୦୬/୦୬(ବିଏମସି ଟିଭି ଓଡ଼ିଆ)
ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ମହାନଦୀ ଉଚ୍ଚ ବିଦ୍ୟାଳୟ ହଣ୍ଡପା ର ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନାଙ୍କୁ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଉତ୍କୃଷ୍ଟ କାର୍ଯ୍ୟ ପାଇଁ “ପ୍ରକୃତି ବନ୍ଧୁ” ସମ୍ମାନରେ ଅନୁଗୁଳ ସଭା ଗୃହଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଚେୟାରମ୍ୟାନ ବବିତା ପ୍ରଧାନ, ଅନ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲାପାଳ, ଅନୁଗୁଳ ବନାଞ୍ଚଳ ଅଧିକାରୀ ଆଦି ଯୋଗ ଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଅନୁଗୁଳ ରୁ ଜିଲ୍ଲା ପ୍ରତିନିଧି ଦିପକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


