ବାଙ୍କୀ: ତା- ୦୭/୦୨(ବିଏମସି ଟିଭି ଓଡ଼ିଆ)
ବାଙ୍କୀ ଡମପଡା ଶିମିଳିପୁର ଗ୍ରାମ ପଂଚାୟତ ବାବୁଘର ସାହିରେ ଭାତବତ ମିଳନ ମହୋତ୍ସବ ଓ ମା ମଙ୍ଗଳା ଙ୍କ ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଗୁରୁବାର ସକାଳ ସମୟରେ କଳସ ଯାତ୍ର ଅନୁଷ୍ଠିତ ହୋଇଥିଲା। ଗ୍ରାମର ସମସ୍ତ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ. ଏକ ବିରାଟ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି କଳସ ଆସି ମା ମଙ୍ଗଳା ଙ୍କ ନିକଟରେ ସ୍ଥାପନ କରାଯାଇଥିଲା। ସଞ୍ଜୟ ଓ ପ୍ରଣମିତା ମୁଖ୍ୟ କଳସ ମୁଣ୍ଡରେ ଧରି ମୁଖ୍ୟ ସ୍ରୋତ ରେ ସାମିଲ ହୋଇଥିଲେ । ଗୁରୁବାର ଦିନ ଗାୟକ ପୁରୁଷୋତ୍ତମ ରାଉତ ଓ ଗାୟିକା ରଂଜିତା ପରିଡା ଙ୍କ ଦ୍ୱାରା ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହା ମଧ୍ୟ ସମସ୍ତ ଦର୍ଶକ ଙ୍କ ମାନଙ୍କୁ ଛୁଇଁ ଥିଲା । ସନ୍ଧ୍ୟା ସମୟରେ ଆଞ୍ଚଳିକ ପୁରୁଷ ମଣ୍ଡଳୀ ମାନଙ୍କ ଦ୍ୱାରା ଭାଗବତ ପରିବେଷଣ କରାଯାଇଥିଲା ଓ ନାଚ ଗୀତ ରେ ଫାଟି ପଡିଥିଲା ଗାଁ ଦଣ୍ଡ. ଶୁକ୍ରବାର ଦିନ ମହିଳାମାନଙ୍କ ଭାଗବତ ବିଶେଷ ଆକର୍ଷଣ ଥିଲା । ମହିଳା ମାନଙ୍କ ନାଚ ଗୀତ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା ହୋମ ଯଜ୍ଞ ରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ୪ ଟା ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଗାଁ ର ସମସ୍ତ ସଦସ୍ୟ ଓ ଆଖପାଖ ଅଂଚଳ ର ବହୁ ଜନସାଧାରଣ ସାମିଲ ହୋଇଥିଲେ.ଗାଁ ର ମହିଳା ମାନେ ପରିବା କାଟି ରୋଷେଇ କାର୍ଯ୍ୟ ରେ ସହଯୋଗ କରିଥିଲେ । ସମସ୍ତ ଶ୍ରଦ୍ଧାଳୁ ଭକ୍ତ ପ୍ରସାଦ ସେବନ କରିଥିଲେ । ଗାଁ ସଭାପତି ଯୋଗେଶ ଚନ୍ଦ୍ର ନାୟକ ଙ୍କ ତତ୍ଵା ବଧାନରେ ସମସ୍ତ କାର୍ଯ୍ୟ ହୋଇଥିଲା।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


