ବିଷମକଟକ: ତା -୦୩/୦୩(ବିଏମସି ଟିଭି ଓଡ଼ିଆ)
କଥା ଦେଇ କଥା ରଖିଲେ ବ୍ଲକ ଉପାଧକ୍ଷ I କିଛି ଏଭଳି ଭାବେ ଆଜି ବିଷମକଟକ ବ୍ଲକ ଉପାଧକ୍ଷ ଙ୍କୁ ବହୁଜନ ସମାଜ ତଥା ଡମ ସମାଜ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଛି ।
ବିଷମକଟକ ସ୍ଥିତ ନୂତନ ବସ ଷ୍ଟାଣ୍ଡ ଠାରେ ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ର ରକ୍ଷଣା ବେକ୍ଷଣ, ସୌନ୍ଦର୍ଯ୍ୟ କରଣ ଆଦି ପାଇଁ ଆଜି ନିଜ ପାଣ୍ଠି ରୁ ଅନୁଦାନ ପ୍ରଦାନ କରିଛନ୍ତି ବିଷମକଟକ ବ୍ଲକ ଅଧକ୍ଷା ଯଶୋଦା ହୁଇକା ଏବଂ ଉପାଧକ୍ଷ ଦେବୀ ପ୍ରସାଦ ପଟନାୟକ । ଉଭୟ ବିଜେଡି ନେତା ମାନେ ନିଜ ପାଣ୍ଠି ରୁ ଅନୁଦାନ ସ୍ୱରୂପ ଏହି ପଦକ୍ଷେପ ନେଇଥିବା, ରାୟଗଡା ବହୁଜନ ସମାଜ ପାର୍ଟି ପ୍ରଭାରୀ ରାମଦାସ ଟାକ୍ରୀ ସୂଚନା ଦେଇଛନ୍ତି । ମୂର୍ତ୍ତି ସ୍ଥାପନା ଦିନ ଠାରୁ ଏହାର ଉନ୍ନତିକାରଣ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନେକ ନେତା ପ୍ରତନିଧି ଏଥି ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ, ହେଲେ ନିବେଦନ କରିବା ମାତ୍ରେ ସହଯୋଗ ର ହାତ ବଢ଼ାଇଥିବା ହେତୁ ଉପାଧ୍ୟକ୍ଷଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି ଜିଲ୍ଲା ବସପା ପ୍ରଭାରୀ ରାମଦାସ ଟାକ୍ରୀ । ପ୍ରକାଶ ଥାଉକି ବିଷମକଟକ ଡମ ସମାଜ ର ଏକ ପ୍ରତିନିଧି ଦଳ ନୂତନ ବର୍ଷ ର ଶୁଭେଚ୍ଛା ଜଣେଇବା ଅବସରରେ ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟନାୟକ ଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରି ଅଞ୍ଚଳ ର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରତିନିଧି ମଣ୍ଡଳ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ସ୍ଥିତ ସ୍ଥାନ ର ଉନ୍ନତି ସକାଶେ ଉପାଧ୍ୟକ୍ଷଙ୍କ ସହଯୋଗ ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ
କରିଥିଲେ । ତେଵେ ଆଜି ଉପାଧକ୍ଷ ଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଉକ୍ତ ସ୍ଥାନ ପରିଦର୍ଶନ କରି,ରକ୍ଷଣା ବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ବହୁଜନ ସମାଜ ସହ ଆଲୋଚନା କରିଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟ ରେ ତିନି ଲକ୍ଷ ଟଙ୍କା ରେ ଉନ୍ନତିକରଣ କାମ ଆରମ୍ଭ କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ, ଆଗାମୀ ଦିନରେ ଦ୍ଵିତୀୟ ପର୍ଯ୍ୟାୟ ରେ ମଧ୍ୟ ସମସ୍ତ ପ୍ରକାର ସହଯୋଗ ଉପଲବ୍ଧ କରାଯିବ ବୋଲି ବିଷମକଟକ ବ୍ଲକ ଉପାଧକ୍ଷ ତଥା ବିଜେଡି ର ବରିଷ୍ଠ ନେତା ଦେବୀ ପଟନାୟକ ସୂଚନା ଦେଇଛନ୍ତି । ୧୪ ଏପ୍ରିଲ ରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଥିବାରୁ, ଏହି କାର୍ଯ୍ୟ କୁ ଶୀଘ୍ର ସାରିବା ପାଇଁ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିବା ଜଣା ପଡିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଷମକଟକ ର ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପରିଷଦ ସମେତ ବ୍ଲକ ଅଧକ୍ଷ ପଦ ବିଜେଡି ଦଖଲ ରେ ରହିଛି I ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଥିବା ବେଳେ, ବିଜେଡି ର ଏହି ପଦକ୍ଷେପ ଅନ୍ୟ ରାଜନୈତିକ ଦଳ ପାଇଁ ଚିନ୍ତା ର ବିଷୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରକାଶ ଥାଉକି ଚଳିତ ୨୦୨୪ ନିର୍ବାଚନ ରେ ବିଜୟୀ ଦଳ ପ୍ରତି ଭୋଟ ପ୍ରଭାବିତ କରିବା ଦିଗରେ ବହୁଜନ ସମାଜ ପାର୍ଟି ସମେତ କିଛି ବିଶେଷ ସମ୍ପ୍ରଦାୟ ଓ ସଂଗଠନ ଙ୍କ ଭୂମିକା ନିର୍ଣ୍ଣାୟକ ହୋଇଥିଲା । ଆଗାମୀ ନିର୍ବାଚନ ରେ ମଧ୍ୟ ବହୁଜନ ସମାଜ ପାର୍ଟି ର ଭୋଟ ନିର୍ଣ୍ଣାୟକ ମୋଡ଼ ନେବ, ଯାହା ବିଜଦ ନେତୃତ୍ୱ ବୃନ୍ଦ ଅନୁମାନ କରିଥିବା ବିଶେଷଜ୍ଞ ପ୍ରକାଶ କରିଛନ୍ତି । ତେଵେ ଉପାଧକ୍ଷଙ୍କ ଏହି ପଦକ୍ଷେପ ପାଇଁ ବହୁଜନ ସମାଜ ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା, ଜିଲ୍ଲା ପ୍ରଭାରୀ ପୁର୍ଣ ଟାକ୍ରୀ, ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ ସମେତ ବହୁଜନ ସମାଜ ପାର୍ଟି, ବିଷମକଟକ ଡମ ସମାଜ, ଆମ୍ବେଦକର ପ୍ରେମୀ ପ୍ରମୁଖ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


