ସମ୍ବଲପୁର/ବରଗଡ଼:ତା-୨୪/୦୨ (ବିଏମସି ଟିଭି ଓଡିଆ)
ଅଖିଳ ଭାରତୀୟ ୫୦ ଘର ଖଡୁରା ସମାଜର ଓଡ଼ିଶା ରାଜ୍ୟ ସ୍ତରୀୟ ନିର୍ଦ୍ଦେଶନା ବୋର୍ଡ଼ ଓ ପରିଚାଳନା କମିଟି ପୁନର୍ଗଠିତ ହୋଇଯାଇଛି। ବରଗଡ଼ ସହର ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ ସୋମବାର ଅଖିଳ ଭାରତୀୟ ୫୦ ଘର ଖଡୁରା ମହାସଂଘର ଓଡ଼ିଶା ରାଜ୍ୟ ସ୍ତରୀୟ ପରିଚାଳନା କମିଟି ଗଠନ ପଞ୍ଚାନନ ପାତ୍ରଙ୍କ ଆବାହନ ଏବଂ ଗୋପୀନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମହାସଂଘର ଲୋଗୋ,ଖଡୁରା ସମାଜର ଇଷ୍ଟ ଦେବତା ହେଷ୍କାନୀଙ୍କ ଲୋଗୋ ଏବଂ ମହାସଂଘ ତରଫରୁ “ହେଷ୍କାନୀ” ନାମରେ ଏକ ଅର୍ଦ୍ଧବାର୍ଷିକୀ ପତ୍ରିକା ଯଦୁମଣି ସାହୁଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଛି। ଏହି ସମ୍ମିଳନୀରେ ମହାସଂଘ ତରଫରୁ ହେବାକୁ ଥିବା ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆଗାମୀ ଦିନରେ ସମାଜର ବିକାଶ ନିମନ୍ତେ ଅନେକ କାର୍ଯ୍ୟ ହାତକୁ ନେବା ପାଇଁ ସ୍ଥିରୀକୃତ ହୋଇଛି। ଏହି ପରିପେକ୍ଷୀରେ ‘ପବ୍ଲିକ ଭଏସ୍’ ସମ୍ବାଦପତ୍ରର ସମ୍ପାଦକ ଗୋପୀନାଥ ସାହୁ ଖଡୁରା ସମାଜର ଉନ୍ନତି ପାଇଁ ସାରଗର୍ଭକ ପ୍ରସ୍ତାବମାନ ଆୟୋଜିତ ସଭାରେ ଆଗତ କରିଥିଲେ। ଏହି ସମ୍ମିଳନୀରେ ନାରୀ ଜାଗରଣ, ସମାଜରେ ଅସହାୟ ଅବସ୍ଥାରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସାହଯ୍ୟ ସହଯୋଗ, ସମୂହ ବିବାହ ମେଲଣ, ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ଗଙ୍ଗା ନୃସିହନାଥଠାରେ କଲ୍ୟାଣ ମଣ୍ଡପ ସ୍ଥାପନ, ବର୍ଷକୁ ଥରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଇବା ପାଇଁ ଏକ ବ୍ଲଡ଼ ପ୍ରେସର, ସୁଗର୍, କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗରୁ ଆରୋଗ୍ୟ ନିମନ୍ତେ କାର୍ଯକ୍ରମ କରିବା ଏବଂ ସମାଜ ପକ୍ଷରୁ ବାର୍ଷିକ ମହାସଭା ଆୟୋଜନ କରିବାଦି ଅନେକ ଗୁଡ଼ିଏ ୫୦ ଘର ଖଡୁରା ସାମାଜର ସର୍ବାଙ୍ଗୀନ ଉନ୍ନତି କଳ୍ପେ ପ୍ରସ୍ତାବ ଆଗତ ହେଇଛି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ଵିଏମସି ନ୍ୟୁଜ ଓଡ଼ିଶା ।
ଅଖିଳ ଭାରତୀୟ ୫୦ ଘର ଖଡୁରା ସମାଜର ରାଜ୍ୟ ଶାଖା ର ନିର୍ଦ୍ଦେଶନା ବୋର୍ଡ ଓ ପରିଚାଳନା କମିଟି ପୁନର୍ଗଠିତ


