ଢେଙ୍କାନାଳ ;ତା-୧୨/୦୯(ବିଏମସି ଟିଭି ଓଡ଼ିଆ)
ଗ୍ରାମ ଦୁଇ ଜଣ ପ୍ରଜା ଅବା ଗ୍ରାମ ର ବଡ ଚାଷୀ ବୋଲାଉ ଥିବା ଧରଣୀ ଧର ସାହୁ,ଶ୍ରୀନିବାସ ସାହୁ ଙ୍କର ପାରିବାରିକ ସମ୍ପତି ଏକର ଏକର ଚାଷଜମି ରାସ୍ତା ର ଦୁଇ ପାର୍ଶ୍ୱକୁ ଲାଗି ରହିଥିବା ବେଳେ ଗ୍ରାମବାସୀ ଯେତେ ମନାକଲେ ମଧ୍ୟ,ବିଲରେ ଥିବା ଜଳକୁ ସର୍ବ ସାଧାରଣ ରାସ୍ତା ଉପରେ ଛାଡି ମଜା ନେଉଛନ୍ତି।ଏପରିକି ବିପରୀତ ପାର୍ଶ୍ଵରେ ଜଳ ନିଷ୍କାସନ ପାଇଁ ସୁବିଧା ଥିଲେ ମଧ୍ୟ ବିଲରେ ଭର୍ତ୍ତି ପାଣିକୁ ରାସ୍ତା ରେ ଜାଣି ଶୁଣି ଛାଡୁଛନ୍ତି ଅବା ତଳ ବିଲ କୁ ଜଳ ନିଷ୍କାସନ ନକରି ରାସ୍ତା ର ଦୁଇ ପାର୍ଶ୍ଵରେ କୃତ୍ରିମ ପୋଖରୀ ସୃଷ୍ଟି କରି ମଶା ଡାଉଁଶ ଙ୍କ ଘର ତିଆରି କରି ଗ୍ରାମଵାସୀଙ୍କୁ ମେଲେରିଆ ଭଳି ରୋଗ ମୁଖକୁ ଠେଲି ଦେଉଛନ୍ତି ବୋଲି ଯାହା ଗ୍ରାମବାସୀ କୁହନ୍ତି। ରାସ୍ତା ର ଦୁଇ ପାର୍ଶ୍ଵରେ ଜଳ ଜମି ରହିବା ଓ ଅନବରତ ପାଣି ମାଡିବା ଯୋଗୁଁ ପାଖା ପାଖି ପନ୍ଦର କୋଡ଼ିଏ ବର୍ଷ ର ପୁରୁଣା କଂକ୍ରିଟ ରାସ୍ତା ର ପ୍ରାୟ ଦୁଇଶହ ମିଟର ରାସ୍ତା ଯାହାକି ଗାଲପଡା ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ଦୁଇ ପାର୍ଶ୍ଵରୁ ମାଟି ଧୋଇ ହୋଇ ନଷ୍ଟ ହୋଇଯିବାର ସମ୍ଭାବନା ଦେଖା ଯିବା ସହିତ ଗ୍ରାମବାସୀ ମାନେ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୋଲି ଯାହା ଗ୍ରାମଵାସୀ ଅଭିଯୋଗ କରନ୍ତି। ତେବେ ଏହି ସଂକ୍ରାନ୍ତରେ ଗାଲପଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ କୈଣସି ସମାଧାନ ହୋଇପାରୁନାହିଁ।ଅତୈବ ଆଗାମୀ ଦିନରେ ଏହି ସମସ୍ୟା ତ୍ୱରିତ ସମାଧାନ ନହେଲେ ଗ୍ରାମବାସୀ ହିନ୍ଦୋଳ ବ୍ଳକ୍ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ମିଳୁଛି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


