ସମ୍ବଲପୁର/ଗୋଡଭଗା ; ତା.୨୯/୧୧ (ବିଏମସି ଟିଭି ଓଡିଆ)
ବରପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ବିରୁଦ୍ଧରେ ଖୋଦ୍ ତାଙ୍କ ଅଧସ୍ତନ କର୍ମଚାରୀ ଗଣ ବରଗଡ଼ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । ବରପାଲି ମୁଖ୍ୟ ଡାକ୍ତରଖାନାର ସମସ୍ତ ପାରା ମେଡିକାଲ କର୍ମଚାରୀମାନେ ଏହି ଅଭିଯୋଗ କରିଛନ୍ତି। ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଡାକ୍ତର ରାଜେଶ ବେହେରା କର୍ମଚାରୀ ମାନଙ୍କୁ ବିଭିନ୍ନ ସମୟରେ ବହୁ ପ୍ରକାର ଅଶୋଭନୀୟ ବ୍ୟବହାର କରୁଥିବା ସେମାନଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । କୌଣସି ଛୁଟି ପାଇଁ ଆବେଦନ କଲେ ଖରାପ ବ୍ୟବହାର କରିବା ସହ କର୍ମଚାରୀମାନଙ୍କ ଇନ୍ସେଣ୍ଟିଭରେ ନାନା ଆଳ ଦେଖାଇ ହଇରାଣ ହରକତ କରୁଛନ୍ତି ,ତେଣୁ ପାରା ମେଡିକାଲ କର୍ମଚାରୀଗଣ ମାନସିକ ଅବସାଦରେ ରହୁଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଆଜି ପ୍ରାୟ ୪୫ ଜଣ କର୍ମଚାରୀଙ୍କ ଦସ୍ତଖତ ସମ୍ବିଳିତ ଏକ ଦାବିପତ୍ର ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଦାଖଲ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ବରପାଲି ଡାକ୍ତରଖାନା ମୁଖ୍ୟଙ୍କ ବିରୁଦ୍ଧ ରେ ବହୁ ଦିନରୁ ବିଭିନ୍ନ ପ୍ରକାରର ଅଭିଯୋଗ ରହି ଆସୁଛି । ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କର୍ମଚାରୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ତଦନ୍ତ କରି ଉଚିତ୍ ପଦକ୍ଷେପ ନେବା ପାଇଁ ସେମାନେ ଦାବୀ କରିଛନ୍ତି।

ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା ।


