ବ୍ରହ୍ମପୁର: ତା -୧୯/୦୨(ଵିଏମସି ଟିଭି ଓଡିଆ)
ଲେଖକ ସାମ୍ମୁଖ୍ୟ ସଭାପତି ଶ୍ରୀ ହାଡ଼ିବନ୍ଧୁ ମାଳି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାହିତ୍ୟ ଆସର ରେ ଲେଖିବା ସାମ୍ମୁଖ୍ୟ ର ସାଧାରଣ ସମ୍ପାଦିକା ଶ୍ରୀମତୀ ଆରତୀ ଶତପଥୀ , ସମ୍ପାଦିକା ଡ ଜୟନ୍ତୀ ରାଣୀ ପଣ୍ଡା ଏବଂ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସିନ୍ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପଣ୍ଡିତ ଚନ୍ଦ୍ର ଶେଖର ମହାପାତ୍ର ମନ୍ତ୍ର ଉଚ୍ଚାରଣ କରିଥିବା ବେଳେ ଶଙ୍କର୍ଷଣ ତ୍ରିପାଠୀ ଭଜନ ପରିବେଷଣ କରିଥିଲେ। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ ସ୍ବାଗତ ଭାଷଣ କରି ଶିଶୁ ସାହିତ୍ୟ ବିକାଶ ପରିଷଦର ବାର୍ଷିକ ଉତ୍ସବ ଚଳିତ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବା ସମ୍ପର୍କରେ ସୂଚନା ପ୍ରଦାନ କରି ମୁଖ ପତ୍ର ସୁନା ଅଜା ପାଇଁ ଶିଶୁ ଲେଖା ଯଥାଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।ସମ୍ପାଦିକା ଡ଼ ଜୟନ୍ତୀ ରାଣୀ ପଣ୍ଡା ଶିଶୁ ସାହିତ୍ୟ ବିକାଶ ପରିଷଦର ଇତିବୃତି ପ୍ରଦାନ କରି ବାର୍ଷିକ ଉତ୍ସବ କୁ ସଫଳ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଆରତୀ ଶତପଥୀ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ସାହିତ୍ୟ ଆସର ରେ ବସନ୍ତ ସମ୍ପର୍କିତ କବିତା ସମେତ ବିଭିନ୍ନ ସ୍ବାଦ ର କବିତା ଗଳ୍ପ ପାଠ କରାଯାଇଥିଲା। ଏହି ସାହିତ୍ୟ ଆସର ରେ ଲେଖକ ସାମ୍ମୁଖ୍ୟ ଉପସଭାପତି ଡ଼ ବିଜୟ କୁମାର ମହାରଣା, ଲେଖିକା ସାମ୍ମୁଖ୍ୟ ଉପଦେଷ୍ଟା ଡ ସୂଚନା ପାଢୀ ଙ୍କ ସମେତ ଶଙ୍କର୍ଷଣ ତ୍ରିପାଠୀ, ସୁବାସ ଚନ୍ଦ୍ର ନାୟକ, ଇଂ.ଆଶୁତୋଷ ପାତ୍ର, ରାଧା ଚରଣ ନାୟକ ଚନ୍ଦ୍ରଶେଖର ମହାପାତ୍ର,ବିଜୟ ଚନ୍ଦ୍ର ନନ୍ଦ, ଶ୍ରୀମତୀ ଅମିତା ମିଶ୍ର, ଡ଼ ସନ୍ତୋଷ କୁମାର ଦାଶ, ମୋହନ କୁମାର ସ୍ବାଇଁ, ବଂଶିଧର ସେଠୀ ପ୍ରମୁଖ କବି କବୟିତ୍ରୀ ଓ ଲେଖିକା ଲେଖକ ସ୍ବରଚିତ ଲେଖା
ଆବୃତ୍ତି କରିଥିଲେ ଦିନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ଵିଏମସି ନ୍ୟୁଜ ଓଡ଼ିଶା।


