ଦଶରଥପୁର ; ତା-୧୩/୦୫ (ବିଏମସି ଟିଭି ଓଡ଼ିଆ) )
ବରଗଛରେ ରଶି ଲଗାଇ ଝୁଲି ପଡିଲେ ପ୍ରେମୀ ଯୁଗଳ । ଏହିଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ଶୁଶୁଆ ପଞ୍ଚାୟତ ଈଶ୍ୱରପୁର ଗ୍ରାମରେ । ଈଶ୍ୱରପୁର ଗ୍ରାମର ବିଲ ମଝିରେ ଏକ ବରଗଛର ଡାଳରେ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ମୃତ ପ୍ରେମୀ ଯୁଗଳ ମଧ୍ୟରୁ ପ୍ରେମିକ ଶୁଶୁଆ ପଞ୍ଚାୟତ ଈଶ୍ୱରପୁର ଜେନାସାହି ମଙ୍ଗୁଳି ଦାସଙ୍କ ପୁଅ ସମୀର ଦାସ (୨୨) ବୋଲି ଜଣାପଡିଥିବା ବେଳେ ଯୁବତୀ ସେହି ଥାନା ଅଧିନ ମଲ୍ଲୀକାପୁର ପଞ୍ଚାୟତ ମହାନ୍ତିପାଟଣା ଗ୍ରାମର ରବୀନ୍ଦ୍ର ମଲ୍ଲିକଙ୍କ ଝିଅ ସୁରେଖା ମଲ୍ଲିକ (୨୦)। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହିଥିବା ବେଳେ ଆଜି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା ସନ୍ଦେହ ସୃଷ୍ଟି କରିଛି, ମୃତ ଯୁବକ କେରଳର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ୧୫ ଦିନ ପୂର୍ବେ ସେ ଘରକୁ ଆସିଥିଲେ। ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଘଟଣା ସ୍ଥଳରେ ମଙ୍ଗଳପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଳାଇଛି।
ଯାଜପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଭାସ ଜ୍ୟୋତି ମହାନ୍ତିଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



