ଢେଙ୍କାନାଳ/ରସୋଳ : ତା -୩୧/୦୧(ବିଏମସି ଟିଭି ଓଡ଼ିଆ)
ଧର୍ମୀୟ ସଦ୍ଭାବନା ର ଆହ୍ବାନ। ସମଗ୍ର ଓଡ଼ିଶା ସେବା ଅଭିଯାନ
ସମସ୍ତ ହିନ୍ଦୁ ସମାଜ କୁ ଏକତା ର ସୂତ୍ରରେ ବାନ୍ଧିବାର ପ୍ରୟାସ ସାରା ଭାରତ ବର୍ଷରେ ହୋଇ ଆସୁଥିବା ଵେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ମଠ ମୁଣ୍ଡିଆ ପରିସରରେ ଇଶ୍ବରୀୟ କାର୍ଯ୍ୟ ର ଅଂଶବିଶେଷ ସ୍ଵରୁପ ଧର୍ମୀୟ ସଦ୍ଭାବନା ର ଆହ୍ବାନ କୁ ସାକାର କରିବା ପୂର୍ବକ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଚଳିତ ମାସ ଶୁକ୍ଳ ଦଶମୀ ଇଂରାଜୀ ତା ୨୮/୦୧/୨୦୨୬ରିଖ ବୁଧବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ନାମ ଯଜ୍ଞ,ଭାଗବତ ପଠନ,ଘୃତ ଯଜ୍ଞ, ଅର୍ଣ୍ନଯଜ୍ଞ ଇତ୍ୟାଦି ସମାପନ ହୋଇ ଥିବା ବେଳେ ଆଖ ପାଖ ଅଞ୍ଚଳରୁ ଯଥା ରାସୋଳ, ନୂଆପାଟଣା ,କଳିଙ୍ଗା, ଘୋଡ଼ା ଡିଆଁ, ନୂଆବଗ, ଦଣ୍ଡରୀ ,ଗୁରୁଜାଙ୍ଗ,ଲହଡ଼ା,ଗଣ୍ଡାନାଳୀ ରୁ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟ ର ଲୋକ ମାନେ ଯୋଗ ଦାନ ପୂର୍ବକ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବା ସହିତ ସମବେତ ଅର୍ଣ୍ନ ପ୍ରସାଦ ସେବନ କରିଥିଲେ। ରାସୋଳ ମଣ୍ଡଳ ସଂଯୋଜକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଙ୍କ ପୌରହିତ୍ୟରେ ମନ୍ଚାସୀନ ମୁଖ୍ୟ ବକ୍ତା ଅଖିଳ ଭାରତୀୟ କ୍ରୀଡାଭାରତୀ ପ୍ରମୁଖ ଶ୍ରୀଯୁକ୍ତ ମହାଦେବ ବେହେରା ତଥା ମଞ୍ଚାସୀନ ଅତିଥି ଭାବେ ମହିମା ଧର୍ମୀ ବାବା ବାମନ ଚରଣ ଦାସ, ଶିବାନନ୍ଦ ଵାଵା ସନ୍ୟାସୀ ଯୋଗେଶ୍ଵର, ଓମ୍ ଶାନ୍ତି ଲକି ଭଉଣୀ ଉପସ୍ଥିତ ରହି ହିନ୍ଦୁ ଏକତା ପାଇଁ ଉଦବୋଧନ ଦେଇଥିଲେ।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରମୁଖ ସଦସ୍ୟ ଗଣ ସଞ୍ଜୀଵ ମହାପାତ୍ର,ଅକ୍ଷୟ କୁମାର ସାହୁ ,ବିଶ୍ବ ରଞ୍ଜନ ସାହୁ, ଭାସ୍କର ନାୟକ,ରବିନାରାୟଣ ମହାପାତ୍ର, ଲିଙ୍ଗରାଜ ସାହୁ, ମନୋରଞ୍ଜନ ନାଥ,ବିଜୟ ସାହୁ,ଶ୍ରୀଧର ସାହୁ ଆଦି ସହଯୋଗ ପ୍ରଦାନ ପୂର୍ବକ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜନ ସଫଳ ହୋଇଥିଲା।
ଢେଙ୍କାନାଳ ଜିଲ୍ଲା ରାସୋଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


