କୋରାପୁଟ: ତା -୦୩/୦୩(ବିଏମସି ଟିଭି ଓଡ଼ିଆ)
ଗୌତମ ନଗର ନିବାସୀ ତଥା ଆଦର୍ଶ ଶିକ୍ଷକ ତ୍ରିନାଥ ପାତ୍ର (୮୫) ଙ୍କ ଆଜି ନିଜସ୍ୱ ବାସଭବନ ରେ ପରଲୋକ ହୋଇଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ ତଥା ଶିକ୍ଷା ଅନୁ ପ୍ରଦର୍ଶକ ଭାବେ ସର୍ବତ୍ର ପରିଚିତ ହୋଇଥିବା ବେଳେ ଶିକ୍ଷା ବିଭାଗ ରେ ଥିବା ବେଳେ ଅନେକ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁ ରେ ସହର ରେ ଶୋକର ଛାୟା ଖେଳି ଯାଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟ ରେ ଧର୍ମପତ୍ନୀ ସମେତ ଚାରି ପୁତ୍ର ପୁତ୍ରୀ ପୁତ୍ର ବଧୂ ନାତି ନାତୁଣୀ ସହ କର୍ମୀ ଶୁଭେଛୁ ଉପସ୍ଥିତ ଥିଲେ l ସ୍ଥାନୀୟ ସ୍ୱର୍ଗଦ୍ୱାର ରେ ତାଙ୍କର ଶେଷ କୃତ୍ୟ ସଂପୃନ୍ନ କରାଯାଇଥିବା ବେଳେ ବଡ଼ ପୁତ୍ର ମନୋଜ କୁମାର ପାତ୍ର ମୁଖାଗ୍ନି ଦେଇଥିଲେ ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟ୍ଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


