ରାୟଗଡ଼ା: ତା -୦୫/୦୨(ବିଏମସି ଟିଭି ଓଡ଼ିଆ)
ଜେକେପୂର ଅମଲା ପେଟା ଶ୍ରୀକ୍ଷେତ୍ର ଟାଉନସିପ ଠାରେ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ଵାମୀଙ୍କ ଦ୍ୱିତୀୟ ବାର୍ଷିକ କଲ୍ୟାଣ ବ୍ରୋହ୍ମତ୍ସବ ମହାସମାରୋହରେ ପାଳିତ ହେବ। ଚଳିତ ମାସ ୫ତାରିଖ ଠାରୁ ୧୦ତାରିଖ ପର୍ୟ୍ୟନ୍ତ ଲକ୍ଷ୍ମୀନୃସିଂହଙ୍କ ବାର୍ଷିକ ଉତ୍ସବ ପାଳନ ହେବା ନେଇ ସଂପୂର୍ଣ୍ଣ ସୂଚନା ଯୋଗିଶ୍ରୀ ଚୈତନ୍ୟ ରାମଜୀ ଓ D. ଶ୍ରୀନିବାସ ପ୍ରଦାନ କରିଛନ୍ତି । ମନ୍ଦିର ମୁଖ୍ୟ ପୂଜକ ମାଙ୍ଗାନାଧା ଆଚାର୍ଯ୍ୟ ଏବଂ ତାଙ୍କ ଗୁରୁ ଭାସ୍କର ଆଚାର୍ଯ୍ୟ ରୀତି ନୀତି ଅନୁସାରେ କାର୍ଯ୍ୟକ୍ରମ ଗୁଡ଼ିକ ବିବରଣୀ ପ୍ରଦାନ କରିଛନ୍ତି। ୫ତାରିଖ ଗୁରୁବାର ସଂଧ୍ୟା ୫ଟାରେ ଅଙ୍କୁରାରୋପଣ, ୬ତାରିଖ ଯଜ୍ଞସାଳା ପୁଜା, ମଣ୍ଡପ ପୁଜା, ମୂର୍ତ୍ତି, କୁମ୍ଭ ଆବାହନ, ୭ତାରିଖ ସକାଳ ୯ରୁ ଶ୍ରୀ ସୁଦର୍ଶନ ନୃସିଂହ ହୋମ, ସେବା ଆରତୀ ମନ୍ତ୍ର ପୁଷ୍ପ, ୮ତାରିଖ ଶ୍ରୀ ଲକ୍ଷ୍ମୀ ହୋୟଗ୍ରିବ ହୋମ, ୯ତାରିଖ ଶ୍ରୀ ଲକ୍ଷ୍ମୀ ହୋମ, ୧୦ତାରିଖ ବସନ୍ତ ଉତ୍ସବ, ୧୦୮ କଳସ ଅଭିଷେକ, ଚକ୍ର ସ୍ନାନ, ରଥ ମହୋତ୍ସବ ସାଙ୍ଗକୁ ସର୍ବ -ସାଧାରଣଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ବୋଲି ମନ୍ଦିର ପ୍ରଧାନ ଅର୍ଚ୍ଚକ ଓ ମନ୍ଦୀର ଟ୍ରଷ୍ଟି ପକ୍ଷରୁ କହିଛନ୍ତି। ସେହିଭଳି ମନ୍ଦିର ର ସମ୍ପୁର୍ଣ୍ଣ ସେବାରେ ଖାମ୍ବା ରାଜା ରାଓ, ଜଗନ୍ନାଥ ପରିଛା, ଜଗନ୍ନାଥ ରେଡ୍ଡୀ, ପି. ରମେଶ ବାବୁ, ରାମ ବାବୁ, k.ଦିଲ୍ଲୀପ ପ୍ରମୁଖ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ତୁଲାଇବା ନିମନ୍ତେ ସହୋଜଗ କରୁଛନ୍ତି।
ରାୟଗଡା ରୁ ରଞ୍ଜନ କୁମାର ମହାନ୍ତିଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


