ବାଙ୍କୀ: ତା -୦୬/୦୩(ବିଏମସି ଟିଭି ଓଡ଼ିଆ)
ଆରମ୍ଭ ହେଲାଣି ଖରାଦିନ କଟକ ଜିଲ୍ଲା ର ବିଭିନ୍ନ ଅଂଚଳରେ ଦେଖାଦେଲାଣି ଜଳ ସମସ୍ୟା.ବୈଦ୍ୟେଶ୍ୱେର ଥାନା ବଳଭଦ୍ରପୁର ଗ୍ରାମପଂଚାୟତ ଗୋପୀନାଥ ପୁର ରେ ବିଶୁଦ୍ଧପାନୀୟ ଜଳ ର ସମସ୍ୟା ଦେଖା ଦେଇଛି। ପିଇବା ପାଣି ଅଭାବ ରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଠାରେ ସରକାର ଙ୍କର ବସୁଧା ଯୋଜନା ଫେଲ ମାରିଛି. ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ. ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଗୋଟିଏ ସୌରଚଳିତ ପ୍ରକଳ୍ପ ଉପରେ ଗ୍ରାମ ବସି ନିର୍ଭର କରନ୍ତି । ଖରାଦିନେ ଜଳସ୍ତର ତଳକୁ ଖସିଯିବରୁ ସୌରଚଳିତ ପ୍ରକଳ୍ପ ମଧ୍ୟ୍ୟ ପାଣି ଯୋଗାଇ ପାରୁନାହଁ।

ସେଥିପାଇଁ ଜନସାଧାରଣ ନାହିଁ ନ ଥିବା ଜଳକଷ୍ଟ ଭୋଗଛନ୍ତି. ଗ୍ରାମରେ ଦୁଇଟି ନଳକୂପ ଥିଲେ ମଧ୍ୟ ସେଥିରୁ ଗୋଳିଆ ପାଣି ବାହାରୁ ଥିବାରୁ ବ୍ୟବହାର ଅନୁପଯୁକ୍ତ। ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଖୁବ ଶୀଘ୍ର ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଓ ଆଗକୁ ମେଗା ଜଳ ପ୍ରକଳ୍ପ ଆସୁଥିବା ରୁ ଆଉ ପାଣି ସମସ୍ୟା ରହିବନି।ଏହି ଗ୍ରାମରେ ପ୍ରାୟ ୪୦୦ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ଯଦି ଆଗାମୀ ଦିନରେ ପାଣି ସମସ୍ୟା ସମାଧାନ ନହୁଏ ଗ୍ରାମବାସୀ ମାନେ ଗରା ବାଲଟି ଧରି ରାଜରାସ୍ତକୁ ଓଲ୍ଲାଇବେ । ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛି ।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


