ଭୁବନେଶ୍ୱର: ତା -୦୫/୦୨(ବିଏମସି ନ୍ୟୁଜ ଓଡ଼ିଶା)
ଆମେ ସବୁ ଅସହାୟ ର ସାଥୀ ଆହ୍ବାନ,ସନ୍ଧାନ ରେ ସହଯୋଗ କରିବା ପାଇଁ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ସମାଜ ସେବୀ ଭାଇ ଭଉଣୀ ତଥା ସାମାଜିକ ଅନୁଷ୍ଠାନ ମାନଙ୍କୁ ଲେଡି ପ୍ରୋଟେକ୍ଟ ଟିମ୍ ତରଫରୁ ଅନୁରୋଧ। ସୂଚନା କ୍ରମେ ନାମ ସୂର୍ଯ୍ୟ ପ୍ରକାଶ ବେହେରା (୩୨),ପିତା ଉପେନ୍ଦ୍ର ବେହେରା ଠିକଣା LP/53, Pragati Vihar,Post KIIT,PS Infocity, Bhubaneswar,24, District Khordha ଆଜିକୁ ଏକ ସପ୍ତାହ ରୁ ଉର୍ଦ୍ଧ୍ୱ ଗତ ତା୨୫/୦୧/୨୦୨୬ରିଖ ସକାଳ ୫:୩୦ମିନିଟ ସମୟ ରେ ପ୍ରାତଃ ଭ୍ରମଣ ରେ ଯାଇ ଫେରି ନଥିଵା ଵେଳେ ପରିବାର ର ଏକ ମାତ୍ର ପୁତ୍ର ସନ୍ତାନ କୁ ନପାଇ ଘରେ ପିତା ମାତା ଅତି ମାତ୍ରାରେ ବିବ୍ରତ ହେବା ସହିତ ଈନ୍ଫୋସିଟି ଥାନା ଭୁବନେଶ୍ୱର ରେ ନିଖୋଜ ହେବାର ରିପୋର୍ଟ କରିଛନ୍ତି।ତେବେ ନିଖୋଜ ସୂର୍ଯ୍ୟ ପ୍ରକାଶ ଙ୍କପରିବାର ତରଫରୁ ଜନୈକ ବ୍ୟକ୍ତି ନାମ ଶ୍ରୀନାଥ ବେହେରା ନିଜର ପରିବାର ର ସ୍ବାର୍ଥପୁର୍ତ୍ତୀ ଉଦେଶ୍ୟ ରେ ସୂର୍ଯ୍ୟ ପ୍ରକାଶ ଙ୍କୁ ଲୁଚାଇ ରଖି ଥାଇ ପାରନ୍ତି ବୋଲି ପୋଲିସ୍ ରିପୋର୍ଟ ରେ ଦର୍ଶାଇ ଛନ୍ତି।

ନିଖୋଜ ସୂର୍ଯ୍ୟ ପ୍ରକାଶ ବେହେରା ଦେଖିବାକୁ ଗୋରା,ଉଚ୍ଚତା ପାଞ୍ଚ ଫୁଟ୍ ସାତ ଇଞ୍ଚ ଯଦି କୌଣସି ସହୃଦୟ ବ୍ୟକ୍ତି ବିଶେଷ କୌଣସି ସନ୍ଧାନ ପାଆନ୍ତି ତେବେ ଈନ୍ଫୋସିଟି ଥାନା,ଅଥବା ଭୂଵନେଶ୍ବର ଅଞ୍ଚଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍ (ଯୋଗା ଯୋଗ ନମ୍ବର ୭୫୩୯୦୨୩୮୭୩) ନମ୍ବର ରେ ଯୋଗାଯୋଗ କରି ବାକୁ ଅନୁରୋଧ।
ପିତା ମାତା ନିଖୋଜ ସୂର୍ଯ୍ୟ ପ୍ରକାଶ ବେହେରା ଙ୍କର ସନ୍ଧାନ ପ୍ରାପ୍ତି ଉଦେଶ୍ୟ ରେ ଲେଡି ପ୍ରୋଟେକ୍ଟ ଟିମ୍ କୁ ସହଯୋଗ ର ହାତ ବଢ଼ାଇବା ପାଇଁ ଅନୁରୋଧ ରଖିଥିବା ବେଳେ ଲେଡି ପ୍ରୋଟେକ୍ଟ ଟିମ୍ ତରଫରୁ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ସମସ୍ତ ସାମାଜିକ ଅନୁଷ୍ଠାନ ତଥା ସାମାଜିକ କର୍ମୀ ମାନଙ୍କୁ ସହଯୋଗ ର ହାତ ବଢ଼ାଇବା ସହିତ ସୋସିଆଲ ମେଡିଆ ମାଧ୍ୟମରେ ସମସ୍ତେ ସର୍ବ ସାଧାରଣ ଙ୍କର ଅବଗତି ନିମନ୍ତେ ଜଣାଇବା ପାଇଁ ସବିନୟ ଅନୁରୋଧ ରଖିଛନ୍ତି। ଲେଡି ପ୍ରୋଟେକ୍ଟ ଟିମ୍ ଦ୍ବାରା ନିଖୋଜ ସଂପର୍କିତ ପୋଷ୍ଟ ଟିକୁ ବହୁ ମାତ୍ରାରେ ସେୟାର କରିବା ସହିତ ସହଯୋଗ ର ହାତ ବଢ଼ାଇଲେ ହୁଏତ ପିତା ମାତା ଙ୍କ ତାଙ୍କ ର ହଜିଲା ପୁଅ ମିଳି ପାରିବ ଆଶା କରିବା।
ଭୁବନେଶ୍ୱର ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


