ବଲାଙ୍ଗୀର ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ )
ଟିଟିଲାଗଡ ବ୍ଲକ୍ ଶିକ୍ଷା ବିଭାଗ ପାଇଁ ପାଇଁ ସମାଜସେବୀ ସୁବୋଧ ଦାସ ଙ୍କୁ ସ୍ଥାନୀୟ ବିଧାୟକ ନବୀନ ଜୈନ ନିଜ ପ୍ରତିନିଧି ଭାବରେ ନିଯୁକ୍ତ କରିଛନ୍ତି । ଏ ନେଇ ବିଧାୟକ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା୨୭୯/୨୬ ମାଧ୍ୟମ ରେ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରାଯାଇଅଛି ।ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ହାଟପଦା ପଡା ନିବାସୀ ଶ୍ରୀ ସୁବୋଧ ଦାସ ବ୍ରାହ୍ମଣ ସମାଜ ର ସଭାପତି ସହ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଜନହିତକର କାର୍ଯ୍ୟ ଦାୟିତ୍ୱ ରେ ଶ୍ରୀ ଦାସ ନିଜ ଭୂମିକା ସକ୍ରିୟ ଭାବେ ସମ୍ପାଦନ କରି ପାରିବେ ବୋଲି ବିଧାୟକ ଶ୍ରୀ ଜୈନ ପ୍ରକାଶ କରିଛନ୍ତି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


