ସମ୍ବଲପୁର ; ତା.୦୫/ ୦୫ (ବିଏମସି ଟିଭି ଓଡିଆ)
ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ଵାଚନରେ ବିଜେପିର ଐତିହାସିକ ବିଜୟ ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ସମ୍ବଲପୁର ଉପକଣ୍ଠ ପଡିଆବାହାଲ ଠାରେ ବିଜେପି ପକ୍ଷରୁ ଏକ ଆନନ୍ଦ ଉଲ୍ଲାସ ମଧ୍ୟରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ବିଜେପି ଯୁବନେତା କପିଳ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ନେତୃତ୍ୱରେ ଦୁର୍ଗା ମଣ୍ଡପଠାରୁ ଢୋଲ ନିଶାନର ତାଳେ ତାଳେ ଏକ ଶୋଭାଯାତ୍ରା ବାହାରିଥିଲା।

ଏହି ବିଶେଷ କାର୍ଯ୍ୟକ୍ରମରେ ବାହାମ ସରପଞ୍ଚ ସରସ୍ୱତୀ ଭୁସାଗର, ଯୁଯୁମୁରା -୧ ମଣ୍ଡଳ ସଭାପତି ଆକାଶ ମିଶ୍ର, ଯୁଯୁମୁରା ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ଦେବାନନ୍ଦ ଭୁସାଗର, ଟିକି ପ୍ରଧାନ, ନରେଶ ପ୍ରଧାନ, ସୁରେନ୍ଦ୍ର ସାଏ ବେହେରା, ବିନୋଦ ମେହେର, ସୁଧାଂଶୁ ମହାପାତ୍ର, ଗୁଣନିଧି ପ୍ରଧାନ , ସୌମ୍ୟ ରଞ୍ଜନ ବଡ଼ପଣ୍ଡା ଓ ସତ୍ୟନାରାୟଣ ବାଗ ପ୍ରମୁଖଙ୍କ ସହିତ ଶତାଧିକ ବିଜେପି ପ୍ରେମୀ ଉପସ୍ଥିତ ରହି ନାଚ ଗୀତରେ ବିଜୟ ଉତ୍ସବ ମନେଇଥିଲେ। ଏହି ଅବସରରେ ବାଣ ଫୋଟକା ସହ ଉପସ୍ଥିତ ଜନତାଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସତେ ଯେମିତି ପଦ୍ମଫୁଲର ବାସ୍ନା ଉପସ୍ଥିତ ସମସ୍ତଙ୍କ ମନରୁ ମହକି ଉଠୁଥିଲା।

ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


