ମାଲକାନଗିରି /ବାଲିମେଳା ; ତା-୧୩/୦୧ ( ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲାର ଜଣେ ଦକ୍ଷ ଶ୍ରମିକ ସଙ୍ଗଠକ ତଥା ବାଲିମେଳା ଟିପିଏସଓଡିଲ୍ ବାଲିମେଳା ସବ୍ ଡ଼ିଭିଜନରେ କାର୍ଯ୍ୟରତ ମଳୟ କୁମାର ପଟ୍ଟନାୟକ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ (ଆଇଏନଟିୟୁସି)ର ମାଲକାନଗିରି ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ଏନେଇ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଆଜି (ଆଇଏନଟିୟୁସି ଚିଠି ନଂ ୨୪୭/୨୦୨୬) ରେ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ଜିଲ୍ଲା କମିଟିର ନାଁ ସୁପାରିଶ କରି ପଠାଇବାକୁ ଶ୍ରୀ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଆସିଛି। ସୂଚନାଯୋଗ୍ୟଯେ ଶ୍ରୀ ପଟ୍ଟନାୟକ ଟିପିଏସଓଡିଲ୍ (ଟାଟା ପାୱାର)ର ମାଲକାନଗିରି ଡ଼ିଭିଜନାଲ୍ ସେକ୍ରେଟାରୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ଶ୍ରମିକ କର୍ମଚାରୀଙ୍କ ନାଯ୍ୟ ଦାବି ହାସଲ ନିମନ୍ତେ ଲଢେ଼ଇ ଜାରି ରଖିଛନ୍ତି। ଶ୍ରୀ ପଟ୍ଟନାୟକ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସର ମାଲକାନଗିରି ଜିଲ୍ଲା ସଭାପତି ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।
ମାଲକାନଗିରି ଜିଲ୍ଲା ବାଲିମେଳା ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


