ସମ୍ବଲପୁର:ତା-୧୩/୦୩(ବିଏମସି ଟିଭି ଓଡିଆ)
ଶହ ଶହ ସାଧୁସନ୍ଥଙ୍କ ବେଦମନ୍ତ୍ର ଧ୍ୱନି ସହିତ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଭଜନ କୀର୍ତ୍ତନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରରାମ ବାଟିକା ପରିସରରେ। ରାଜ୍ଯ ଓ ରାଜ୍ଯ ବାହାରର ଅନ୍ୟୁନ୍ୟ ୨୦୦ରୁ ଉର୍ଦ୍ଧ୍ବ ସାଧୁସନ୍ଥ, ନାଗାଵାବା, ବ୍ରାହ୍ମଣ ଆଦି ବିଦ୍ୱାନ ଏହି ଭବ୍ୟ ପରିସରରେ ନିର୍ମିତ ଆଶ୍ରମରେ ଅବସ୍ଥାନ କରୁଛନ୍ତି। ଗୁରୁବାର ଅଧିବାସ ପରେ ଶୁକ୍ରବାର ସକାଳୁ ଚବିଶି ପ୍ରହରୀ ଅଖଣ୍ଡ ନାମ ଜପ ଆରମ୍ଭ ହୋଇଛି। ଏହି ଯଜ୍ଞସ୍ଥଳୀକୁ ଆସୁଥିବା ପ୍ରତ୍ୟେକ ସାଧୁସନ୍ଥଙ୍କ ରହିବା ଖାଇବା ସହ ଉଚିତ ଯତ୍ନ ନିଆଯାଉଛି ବୋଲି ଆୟୋଜକ କମିଟି ମୁଖ୍ୟ ସିଦ୍ଧାର୍ଥ ସାହା ପ୍ରକାଶ କରିଛନ୍ତି। ଶ୍ରୀ ସାହା କହିଛନ୍ତି ଯେ ଶନିବାର ଦିନ ୧୧ଟାରେ ପ୍ରାୟ ଦୁଇଶହ ସାଧୁସନ୍ଥ ଇଷ୍ଟଦେବୀ ମାଆ ସମଲେଶ୍ଵରୀଙ୍କ ଦର୍ଶନ କରିବା ସହ ଏକ ଭବ୍ୟ ଶୋଭାଯାତ୍ରାରେ ଦଳେଇପଡା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଆସିବେ। ଯେଉଁମାନଙ୍କୁ ଦେଖିବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ ସେଇଭଳି ମହାନ ସାଧୁସନ୍ଥଙ୍କ ଦର୍ଶନ କରିବାକୁ ଶ୍ରୀ ସାହା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଚାରି ଘଣ୍ଟା ଧରି ହେବାକୁ ଥିବା ଏହି ବିଶାଳ ଶୋଭାଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସର ସହାୟତା ନିଆଯାଇଥିବା ଶ୍ରୀ ସାହା ପ୍ରକାଶ କରିଛନ୍ତି। ଆସନ୍ତା ୧୬ ତାରିଖରେ ଚବିଶି ପ୍ରହରୀ ନାମ ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯିବ ଓ ଏହା ପୂର୍ବରୁ ଶ୍ରୀରାମ ବାଟିକା ପରିସରରେ ସମସ୍ତ ସାଧୁସନ୍ଥମାନଙ୍କ ଏକ ଭବ୍ୟ ସେବା କାର୍ଯକ୍ରମ ଅନୁଷ୍ଠିତ ହେବ।
ବିଏମସି ନ୍ୟୁଜ ଓଡ଼ିଶା ।


