ସମ୍ବଲପୁର/କୁଚିଣ୍ଡା:ତା-୦୧/୦୨(ବିଏମସିଟିଭି ଓଡିଆ)
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡାବାହାଲ ସ୍ଥିତ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ପରିବେଶବିତ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆନ୍ତଃ ଜିଲ୍ଲା ପରିବେଶ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅବିଭକ୍ତ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ପରିବେଶ କର୍ମୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ପଞ୍ଚାୟତି ରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଓ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପରିବେଶ ସୁରକ୍ଷାର ଆବଶ୍ୟକତା ଓ ସୂର୍ଯ୍ୟରଶ୍ମିର ବ୍ୟବହାର ମାଧ୍ୟମରେ ପ୍ରକୃତି ସଂରକ୍ଷଣ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ପରିବେଶବିତ୍ ସୁବାସ ନାୟକଙ୍କୁ ‘ପ୍ରକୃତିର ଶ୍ରେଷ୍ଠ ପୁତ୍ର’ ସମ୍ମାନ ଓ ଉପାଧି ପ୍ରଦାନ କରାଯାଇଥିବା ବେଳେ ଝାରସୁଗୁଡ଼ାର ଦୀନ ବନ୍ଧୁ ପଟେଲ, ଦେବଗଡ଼ ରିଆମାଳ ବ୍ଲକରୁ ବିପିନ ବିହାରୀ ପୃଷ୍ଟି, ସମ୍ବଲପୁରର ତ୍ରୀବିକ୍ରମ୍ ପୋଢ଼, ଜମନକିରାର ରତନଲାଲ ସିଂ, କୁଚିଣ୍ଡାରୁ ପଙ୍କଜିନୀ ନାୟକ, ସୌଦାମିନୀ ପଟେଲ, ସରୋଜ ମେହେର, ସୁଗତ ପଟେଲ, ବାମରାରୁ ପ୍ରଫୁଲ୍ଲ କୁମାର ସାହୁ, ତୁଳସୀ ମଞ୍ଜରୀ ବହିଦାର, ଝାରସୁଗୁଡ଼ା ବ୍ଲକରୁ ପ୍ରେମ ସାଗର ଦେହେରିଆ, ଯୁଯୁମୁରାରୁ ପ୍ରଦ୍ୟୁମ୍ନ କୁମାର ବିଶି, ଧନକଉଡ଼ାରୁ କିଶୋର ଛତର, ରେଢ଼ାଖୋଲରୁ ପ୍ରତାପ କୁମାର, ଦେବଗଡ଼ ସହରରୁ ସୁକାନ୍ତ ନନ୍ଦ ପ୍ରମୁଖ ମୋଟ କୋଡିଏ ଜଣ ପ୍ରକୃତି ବନ୍ଧୁଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିବା ସହ ଫୁଳ ଚାରା, ମାନପତ୍ର, ଉପଢୌକନ ଓ ମୋମେଣ୍ଟୋ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ସାମାଜିକ କର୍ମୀ ଅମୃତ ବାଦି ସ୍ଵାଗତ ଭାଷଣ, ଆବାହିକା ପୂର୍ବତନ ସରପଞ୍ଚ ରାଇମତୀ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟ୍ରିକ୍ସ ସୋଲାରର ନିର୍ଦେଶିକା ସଂଗୀତା ଦାସ ସମସ୍ତ ଅତିଥିଙ୍କୁ ଉପଢୌକନ ଓ ଫୁଲଚାରା ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କଲେଜ୍ ଅଧ୍ୟକ୍ଷ ରଞ୍ଜନ ନାଏକ, କୁଚିଣ୍ଡା ବ୍ଲକର ପୂର୍ବ ଅଧ୍ୟକ୍ଷ କରୁଣାକର କିଶାନ, ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଆନନ୍ଦ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼.ବିହାରିଲାଲ ପଟେଲ ପ୍ରମୁଖ ମଞ୍ଚାସିନ ରହି ପ୍ରକୃତି ସୁରକ୍ଷା ସଂପର୍କରେ ଉଦ୍ବୋଧନ ଦେଇଥିଲେ। ଶେଷରେ ସଙ୍ଗୀତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମେ ଓ ଶେଷରେ ଭାତପୁରା ହାଇସ୍କୁଲର ଛାତ୍ରୀ ଗଣ ପ୍ରକୃତି ଆଧାରିତ ସ୍ଵାଗତ ସଙ୍ଗୀତ ଓ ବିଦାୟ ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଅଭିଷେକ ମିଶ୍ର, ନରୋତ୍ତମ ନାଏକ, ସୌମ୍ୟ କୁମାର ଦଳେଇ, ଅଧ୍ୟାପକ ସତ୍ୟନାରାୟଣ ପଟେଲ ଓ ଗୁରୁଜନ ଖୁଣ୍ଟିଆ ପ୍ରମୁଖ ଆୟୋଜନ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


