ବୋଲଗଡ ; ତା-୨୩/୦୩ (ବିଏମସି ଟିଭି ଓଡ଼ିଆ )
ବୋଲଗଡ ବ୍ଲକ ବଡ଼ କୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିକେଶର ଗ୍ରାମର ଯୁବକ ସଂଘ ଓ ଗ୍ରାମ ବାସୀମାନଙ୍କର ମିଳିତ ଆନୁକୂଲ୍ୟରେ ଚତୁର୍ଥ ବର୍ଷ ଗାଁ ମହୋତ୍ସବ ହରିକେଶର ଆଜି ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ବରିଷ୍ଠ ସମାଜ ସେବୀ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ପ୍ରଧାନ , ମୁଖ୍ୟ ବକ୍ତାଭାବେ ୨୬ନମ୍ବର ଜୋନର ଜିଲ୍ଲାପରିଷଦର ସଭ୍ୟ ସୁବାଷ ଭଲଚନ୍ଦ୍ର ରାୟଗୁରୁ ଓ ସମ୍ମାନିତ ଅତିଥିଭାବେ ସାମ୍ବାଦିକ ସଙ୍ଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଦେବବ୍ରତ ହୋତା ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ ଚନ୍ଦନ ଓ ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ମହୋତ୍ସବର ପ୍ରାରମ୍ଭରେ ବୈଂଶୀଧର ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସଭାପତି ପ୍ରକାଶ ଚନ୍ଦ୍ର ରାଉତରାୟ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

ଏହି ମହୋତ୍ସବକୁ ଦେଖିବା ପାଇଁ ବଡ଼ କୁମାରୀ ଗ୍ରାମ ପଞ୍ଚାୟତ, ବାଂକୋଇ ଦେଶ ଗ୍ରାମ ପଞ୍ଚାୟତ ଓ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବହୁ ଯୁବକ ଯୁବତୀ, ମହିଳା ଓ ଜନସାଧାରଣମାନେ ଯୋଗଦେଇଥିଲେ । ବୋଲଗଡ ବ୍ଲକ ଅଞ୍ଚଳରେ ନୂତନ ଭାବେ ଦୀର୍ଘ ୪ବର୍ଷ ଧରି ଏହି ଗ୍ରାମାଞ୍ଚଳ ହରିକେଶର ମହୋତ୍ସବ କରାଯାଉଥିବାରୁ ଏହାର ଲୋକ ପ୍ରିୟତା ବର୍ଷକୁ ବର୍ଷ ବୃଦ୍ଧି ପାଉଅଛି ରାଜ୍ୟ ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ସାମ୍ବାଦିକ ଦେବବ୍ରତ ହୋତା, ସତ୍ୟନାରାୟଣ ବାରିକ, ନିରଞ୍ଜନ ନାୟକ, ନିରଞ୍ଜନ ସେଠି, ହରପ୍ରସାଦ ନାଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର ଛାତ୍ରୀମାନେ ବହୁ ଉଚ୍ଚ କୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ଗ୍ରାମାଞ୍ଚଳର କଳା, ସାହିତ୍ୟ, ସଂସ୍କୃତି ଓ ଲୋକ କଳା ମହୋତ୍ସବ ମାଧ୍ୟମରେ ଭାଇ ଚାରା ସମ୍ପର୍କ ସୃଷ୍ଟି କରିଥାଏ ଓ ସମସ୍ତଙ୍କୁ ସ୍ନହ ମମତା ରଜ୍ଜୁରେ ବାନ୍ଧିଧରି ଏକତା ବଜାଇ ରଖିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ନିମନ୍ତ୍ରିତ ଅତିଥିମାନେ ହରିକେଶର ଗ୍ରାମର ଏତିହ୍ୟ, କଳା ସଂସ୍କୃତି ଏବଂ ଗ୍ରାମବାସୀମାନଙ୍କର ସମାଜ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ରଙ୍ଗା ରଙ୍ଗ ଏବଂ ମୟୁର ନୃତ୍ୟ ଦର୍ଶକମାନଙ୍କର ମନ ମୋହିଥିଲା। ପରିଶେଷରେ ସଭାପତି ଶ୍ରୀ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି ନ୍ୟୁଜ୍ ଓଡି଼ଶା ।



