ବରଗଡ଼: ତା -୨୬/୧୨ (ବିଏମସି ଟିଭି ଓଡ଼ିଆ )
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ବୀରାଧି ବୀର ବର ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ମହାରାଜଙ୍କ ଆଦେଶରେ, ଜର୍ଜ ହାଇସ୍କୁଲ, ମୀନା ବଜାର ପଡିଆରେ ନିଷ୍ଠା ପରିବାର ତରଫରୁ ତୃତୀୟ ଦିନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ମହାରାଜ ଉପସ୍ଥିତ ରହି ମା ସମଲେଇଙ୍କ ପୂଜାର୍ଚ୍ଚନା ପରେ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ଧନୁଯାତ୍ରା ଦେଖିବାକୁ ଆସିଥିବା ସମୟରେ ରକ୍ତଦାନ ପାଇଁ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।ତୃତୀୟ ଦିନରେ ବରଗଡ଼ ରକ୍ତଭଣ୍ଡାର ଦ୍ୱାରା ସର୍ବମୋଟ ୬୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିରଟିକୁ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସୁଚାରୁ ଓ ସୁସଂଗଠିତ ଭାବେ ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତାମାନଙ୍କୁ ନିଷ୍ଠା ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ରକ୍ତଦାନ ଶିବିର ସହ ସଂଲଗ୍ନ ଭାବେ ନିଷ୍ଠା ପରିବାର ତରଫରୁ ଏକ ସ୍ତନ୍ୟପାନ କେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


