ସମ୍ବଲପୁର/ବୁର୍ଲା:ତା.୧୪/୦୪ (ବିଏମସି ଟିଭି ଓଡିଆ)
ଓଡ଼ିଆ ନବବର୍ଷ ଆରମ୍ଭ, ମହାବିଷୁବ/ପଣା ସଂକ୍ରାନ୍ତି ଓ ମହାବୀର ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ବୁର୍ଲା ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ରବିନାରାୟଣ ନାୟକ ଉପସ୍ଥିତ ହୋଇ ନିଜେ ପଣା ପିଇଥିଲେ ଓ ଜନସାଧାରଣଙ୍କୁ ମଧ୍ୟ ପଣା ବଣ୍ଟନ କରିଥିଲେ। ଉଭୟ ମନ୍ତ୍ରୀଙ୍କ ଉପସ୍ଥିତି ଉଭୟ ଶ୍ରଦ୍ଧାଳୁ ଓ ଆୟୋଜକଙ୍କ ଉତ୍ସାହ ବର୍ଦ୍ଧନ କରିଥିଲା। ସନ୍ଧ୍ୟା ପାଞ୍ଚଟାରୁ ଆରମ୍ଭ ହୋଇଥିବା ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ ସନ୍ଧ୍ୟା ଆଠଟା ପର୍ଯ୍ୟନ୍ତ ଚାଲିଥିଲା। ଆନୁମାନିକ ତିନି ହଜାର ଲୋକଙ୍କୁ ପଣା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ହୋଇ ପଣା ବଣ୍ଟନ ରେ ସକ୍ରିୟ ସହଯୋଗ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


