ସମ୍ବଲପୁର:ତା-୨୪/୦୧(ବିଏମସି ଟିଭି ଓଡିଆ)
ପଶ୍ଚିମ ଓ଼ଡିଶାର ବିଶିଷ୍ଟ ଲୋକ ଗାୟକ ପଦ୍ମଶ୍ରୀ ଡ଼କ୍ଟର ଜିତେନ୍ଦ୍ର ହରିପାଳଙ୍କୁ ରାଜ୍ୟସଭା ସଦସ୍ୟ କରିବା ପାଇଁ ତିନି ପ୍ରମୁଖ ଦଳଙ୍କୁ ଦାବୀ ସହ ଅନୁରୋଧ କଲା ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ। ଏନେଇ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଓଡ଼ିଶାର ତିନି ପ୍ରମୁଖ ଦଳ ଆଗରେ ସର୍ବଦଳ ସହମତି କ୍ରମେ ରାଜ୍ୟସଭା ସଦସ୍ୟ କରାଯିବା ପାଇଁ ଦାବି କରିଥିଲେ। ଓଡ଼ିଶାରୁ ଚାରୋଟି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଥିବାରୁ ଗୋଟିଏ ସଦସ୍ୟ ପଦ ନିମନ୍ତେ ତିନି ପ୍ରମୁଖ ଦଳର ବହୁମତ ନ ଥିବାରୁ ଉକ୍ମ ପଦଟିକୁ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ଓ ଭଲ ପାଉଥିବା କଳାପ୍ରେମୀ ଓ ଦଳିତ ସମାଜକୁ ଉତ୍ସର୍ଗ କରି ଉପଯୁକ୍ତ ସମ୍ମାନ ଦେବାକୁ ଅନୁରୋଧ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ ଅତୀତରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସଭାକୁ ପଠାଯାଇଥିବାର ଅନେକ ନଜିର ଅଛି। ଆଗରୁ ମଧ୍ୟ ପଦ୍ମଶ୍ରୀ ଡ.ହରିପାଲଙ୍କୁ ରାଜ୍ୟ ସଭାକୁ ପଠାଯିବା ପାଇଁ ଦାବି ହୋଇଆସୁଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହାସଚିବ ଡ.ସୁଶିଲ କୁମାର ବେହେରା, ଉପମହାସଚିବ ଭାଗିରଥି ପଣ୍ଡା, ହାସ୍ୟ ଅଭିନେତା ବିନ୍ଦୁ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ବକ୍ତବ୍ୟରେ ଦାବିରଖି କହିଥିଲେ ଯେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଭାଷା ସଂସ୍କୃତିକୁ ବିଶ୍ଵ ଦରବାରରେ ପହଞ୍ଚାଇ ଥିବା ଆଗଧାଡିର ଜଣେ କଣ୍ଠ ଶିଳ୍ପୀ। ଏଣୁ ଏପରି ବ୍ୟକ୍ତିଙ୍କୁ ବିଜେପି, ବିଜେଡି ଓ କଂଗ୍ରେସ ମିଳିତ ଭାବେ ରାଜ୍ୟ ସଭାକୁ ପଠାଇଲେ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ଓ ବିକାଶର ଆହୁରି ଅଧିକ ଉନ୍ନତି ହୋଇପାରିବ ବୋଲି ଆଶା ପ୍ରକଟ କରିଛନ୍ତି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ରୀୟ ହରିପାଲଙ୍କୁ ରାଜ୍ୟସଭାକୁ ପଠେଇବା ନିମନ୍ତେ ଦାବିକଲା ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ


