ବେଲଗୁଣ୍ଠା: ତା -୨୯/୧୨(ବିଏମସି ନ୍ୟୁଜ ଓଡ଼ିଆ)
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର କୋ ୟୁନିଟ୍ ର ଶୀତକାଳୀନ ଜାତୀୟ ସେବା ଶିବିର ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତନରଡା ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ ଅନୀଲ୍ କୁମାର ପାଠୀ ଙ୍କ ସମେତ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ,ଗ୍ରନ୍ଥାଗାରିକ ରଞ୍ଜିତ୍ କୁମାର ସାମଲ୍ ଜାତୀୟ ସେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରୋଗ୍ରାମ ଅଫିସର୍ ପିଙ୍କି ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଜାତୀୟ ସେବା ଯୋଜନା ସମ୍ପର୍କରେ ବୁଝାଇଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ଵତନ୍ତ୍ର ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀଙ୍କୁ ଆସନ୍ତା ଛଅ ଦିନ ପର୍ଯ୍ୟନ୍ତ ଚାଲିବ । ଅଧ୍ୟାପିକା ପିଙ୍କି ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


