ସମ୍ବଲପୁର:ତା-୨୪/୦୨(ବିଏମସି ଟିଭି ଓଡିଆ)
ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଶ୍ରୀମତୀ ସୁନୀତା ତ୍ରିପାଠୀ ଜିଲ୍ଲା ସଂଯୋଜିକା ପ୍ରଥମେ ସ୍ବାଗତ ଭାଷଣ ପ୍ରଦାନ କରିଥଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା ସାହୁ ଆନ୍ତର୍ଜାତିକ ମହିଳା ଦିବସରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଧାରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳାମାନେ କିପରି ଭାବରେ ନିଜକୁ ସବୁ କ୍ଷେତ୍ରରେ ଆଗକୁ ନେଇ ପାରିବେ ସେନେଇ ଚେଷ୍ଟା କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲିଡ୍ ମ୍ୟାନେଜର ଦେବକିଶୋର ନାୟକ ଯୋଗଦେଇ ମହିଳା ମାନେ କିପରି ଭାବରେ ଆର୍ଥିକ ସ୍ଥିତି ସୁଦୃଢ କରିପାରିବେ ଓ ଠକେଇରୁ ବଞ୍ଚି ପାରିବେ ସେବିଷୟରେ ସମସ୍ତଙ୍କୁ ତାଲିମ ପ୍ରଦାନ କରିଥିଲେ।ଅନ୍ୟତମ ଅତିଥି ଶିବ ପ୍ରସାଦ ବେହେରା ଆର୍ଥିକ ଉପଦେଷ୍ଟା ଅଜିବିକା ମିଶନ ଜିଲ୍ଲା ପରିଷଦ ତରଫରୁ ଯୋଗଦେଇ ମହିଳାମାନେ କିପରି ଭାବରେ ଆତ୍ମନିର୍ଭରଶୀଳ ହୋଇ ପାରିବେ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲାର ସବୁ ବ୍ଲକ୍ରୁ ୫୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ପାଇଁ ପୁରସ୍କୃତ କରା ଯାଇଥିଲା। ଏହି କର୍ମଶାଳା ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମାନେ, ଅଙ୍ଗନୱାଡ଼ି କର୍ମୀ, ପ୍ରୋଗ୍ରାମ ଅଫିସର , ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଶ୍ରୀମତୀ ସରିତା ଦାସ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଛୋଟେଲାଲ ସାହୁ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ସମ୍ବଲପୁରରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ କର୍ମଶାଳା ଅନୁଷ୍ଠିତ


