ବୋଲଗଡ଼ ; ତା-୨୦/୦୪ ( ବିଏମସି ଟିଭି ଓଡ଼ିଆ)
ବୋଲଗଡ଼ ବ୍ଳକ ଅନ୍ତର୍ଗତ ପିଚୁକୁଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ୧୦ମ ଶ୍ରେଣୀ ସି.ବି.ଏସ.ସି. ପରୀକ୍ଷା୨୦୨୬ରେ ଶତକଡା ୯୦ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ୨୩ଜଣ ଛାତ୍ରଛାତ୍ରୀଙ୍କୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୋମବାର ଦିନ ଉକ୍ତ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅଧ୍ୟକ୍ଷ ତାପସ ଦ୍ୱିବେଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଚରଣ ବେହେରା , ନୟାଗଡ଼ ଜିଲ୍ଲା ଗଣିଆ ସ୍ଥିତ ଅଧିକାର ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଇଂଜିନିୟର କର୍ପୂର ସାହୁ , ସାଗରଗୁଆ଼଼ନ୍ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ବେହେରା , ସ୍ଥାନୀୟ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପିକା ଅମ୍ରିତା ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଟିକାତାଳ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସୁସ୍ମିକାନ୍ତ ନାୟକ ସଭା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ପିଲାମାନେ ଶ୍ରବଣ କୁମାର ଙ୍କ ପରି ପିତୃମାତୃ ଭକ୍ତ ହେବା, କଠିନ ଅଧ୍ୟବସାୟ କରିବା ଏବଂ ମୋବାଇଲ୍ ଫୋନ୍ ର ସଦୁପଯୋଗ କରିବା ତଥା ଚରିତ୍ର ନିଷ୍କଳଙ୍କ ରଖିବାପାଇଁଁ ଉପଦେଶ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ବେହେରା ଏବଂ ଇଂଜିନିୟର ଶ୍ରୀ ସାହୁ ଈଶ୍ୱର ବିଶ୍ୱାସୀ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବା ତଥା ଦେଶ ଓ ଜାତିର ନାମ ରଖିବା ପାଇଁ ଉପଦେଶ ପ୍ରଦାନ କରିଥିଲେ ।

ପିଚୁକୁଳି ର ପ୍ରାକ୍ତନ ସାଧନ କେନ୍ଦ୍ର ସଂଯୋଜକ ଗଙ୍ଗାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପିତାମାତା ଙ୍କ ଉପସ୍ଥିତି ରେ ମୁକୁଟ ପରିଧାନ କରାଇ ଉତ୍ତରୀୟ,ପ୍ରଶ°ସାପତ୍ର,ଖାତା କଲମ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ରବୀନ୍ଦ୍ର କୁମାର ବେହେରା ଏବଂ ଆଦର୍ଶ ବିଦ୍ୟାଳୟ ର ଅଧ୍ୟାପକ ଗୁରୁପ୍ରସାଦ ନାଥ ଶର୍ମା, ଶୁଭାଶିଷ ଜେନା, ଚନ୍ଦ୍ର କାନ୍ତ ଜଗଦେବ,ଅମିତ ନାୟକ ଓ ନାରାୟଣ ଦାସଙ୍କ ସମେତ ଶିବାଶିଷ ସାହୁ ଓ ସିଦ୍ଧେଶ୍ଵର ମାର୍ଥା ସହଯୋଗ କରିଥିଲେ।

ବିଏମସି ନ୍ଯୁଜ୍ ଓଡ଼ିଶା ।



