ବୋଲଗଡ ; ତା -୨୫/୧୨ (ବିଏମସି ଟିଭି ଓଡ଼ିଆ)
ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମପଡାସ୍ଥିତ ଅଗ୍ରଣୀ ସ୍ବେଛାସେବୀ ପୂଜ୍ୟପୂଜା ଅନୁଷ୍ଠାନ ଆନୁକୂଲ୍ୟରେ ଓ ଅନୁଷ୍ଠାନର ସଭାପତି ତଥା ରାଜ୍ୟ ବିଜେପି ଦଳର କାର୍ଯ୍ୟକାରିଣୀ ସଦସ୍ୟ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକଙ୍କ ଆବାହକତ୍ୱରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟ୍ଟଳି ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ମହାଆଡ଼ମ୍ବର ସହକାରେ ଭୀମପଡା ପଡିଆଠାରେ ଶୁକ୍ରବାରଦିନ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରରେ ବରିଷ୍ଠ ଶିକ୍ଷାବିତ୍ ପର୍ଶୁରାମ ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ଶ୍ରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ପୂଜ୍ୟ ପୂଜା ଅନୁଷ୍ଠାନ ତରଫରୁ ଗରିବ,ଅସହାୟ ଓ ରୋଗୀମାନଙ୍କୁ ମାଗଣାରେ ଫଳ,ଧୋତି ଓ ଶାଢ଼ୀ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ବିନୋଦ ମହାରଣା, କୋଷାଧକ୍ଷ ଅଭିମନ୍ୟୁ ପଟ୍ଟନାୟକ, ଉପଦେଷ୍ଟା ରତିକାନ୍ତ ପଟ୍ଟନାୟକ, ସଦସ୍ୟ ଜଗବନ୍ଧୁ ମୁଦୁଲି ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ।

ଭାରତରତ୍ନ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ପୂଜ୍ୟ ପୂଜା ଅନୁଷ୍ଠାନ ତରଫରୁ ଏକ ଦିବସୀୟ ଦିବାରାତ୍ର ଗ୍ରାମୀଣ କ୍ରିକେଟ ଟୁର୍ନାମେଣ୍ଟ ଭୀମପଡାଠାରେ ଅନୁଷ୍ଠିତ ହୋଇଥିଲା । ଏହି କ୍ରିକେଟ ଟୁର୍ନାମେଣ୍ଟରେ ଫାସୀଓଦାଗ୍ରାମପଞ୍ଚୟତ ଅନ୍ତର୍ଗତ ୭ଟି କ୍ରିକେଟ ଦଳ ଖେଳରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।
ସମସ୍ତ ଖେଳକୁ ଅମ୍ପାୟାର ଭାବେ ଶିକ୍ଷକ ଜନ୍ମେଜୟ ମାଝୀ ଓ ଶିକ୍ଷକ ବିରଞ୍ଚି କୁମାର ସାହୁ ପ୍ରମୁଖ ଯୋଗଦେଇ ଖେଳ ପରିଚାଳନା କରିଥିଲେ । ଭୀମପଡା କ୍ରିକେଟ ଦଳ ଓ ମଣ୍ଡଳ ସିଂହ କ୍ରିକେଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଫାସୀଓଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପୁଷ୍ପଲତା ଭଟ୍ଟଓ ସମ୍ମାନିତ ଅତିଥିଭାବେ ସମାଜ ସେବୀ କର୍ପୁର ସାହୁ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର, ଲଷ୍ମୀଧର ବଳିୟାରସିଂହ, ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ବିପିନ ବିହାରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ସ୍କୋରର ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମଦନ ମୋହନ ପୃଷ୍ଟି ଓ ଭାଷ୍ୟକାର ଭାବେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ଖେଳ ବିବରଣୀ ପ୍ରଦାନ କରିଥିଲେ । ଖେଳରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରିକେଟ ଦଳକୁ ପୂଜ୍ୟ ପୂଜା ଅନୁଷ୍ଠାନ ତରଫରୁ ୧ ହଜାଇ ଟଙ୍କା ରନର୍ସସପ ଦଳକୁ ୨ହଜାର ଟଙ୍କା ଚମ୍ପିୟାନ ଦଳକୁ ୩ ହଜାର ଟଙ୍କା ଆର୍ଥିକ ପୁରସ୍କାର ପୂଜ୍ୟ ପୂଜା ଅନୁଷ୍ଠାନ ତରଫରୁ ମୁଖ୍ୟଅତିଥି ସରପଞ୍ଚ ପୁଷ୍ପଲତା ଭଟ୍ଟ ପ୍ରଦାନ କରିଥିଲେ । ଏହି ଗ୍ରାମୀଣ କ୍ରିକେଟ ଟୁର୍ନାମେଣ୍ଟକୁ ବହୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମଣ୍ଡଳସିଂହ କ୍ରିକେଟ ଟିମ ସମସ୍ତ ଉଇକେଟ ହରାଇ ଚମ୍ପିୟାନ ହୋଇଥିଲା । ପରିଶେଷରେ ସମ୍ପାଦକ ବିନୋଦ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଖୋଦ୍ଧା ଜିଲ୍ଲା ବୋଲଗଡ଼ ରୁ ରୁଦ୍ରମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


