ବୋଲଗଡ, ତା-୨୮/୧୨ (ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ ବ୍ଲକ ସଂପୁର ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ପଞ୍ଚର୍ଦ୍ଦଶତମ ଲକ୍ଷ୍ମୀଧର ସ୍ମାରକୀ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣାମେଣ୍ଟ ରବିବାର ଚତୃର୍ଥ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ନକଆଉଟ୍ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟୁର୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାର ୧୬ ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ପର୍ଯ୍ୟାୟ କ୍ରମେ ଆଜି ଚାରି ଗୋଟି ଦଳ ମଧ୍ୟ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଚତୃର୍ଥ ଦିବସ ପ୍ରଥମ ମ୍ୟାଚରେ ଯୋଡ଼ାପଡା ଓ ହାଟବସ୍ଥ କ୍ରିକେଟ କ୍ଳବ୍ ମଧ୍ୟରେ ମୁକାବିଲା ହୋଇଥିଲା। ହାଟବସ୍ତ କ୍ରିକେଟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ୧୨ ଓଭରରେ ୯୬ରନ କରିଥିଲା । ଏହାର ଜବାବରେ ଯୋଡ଼ାପଡା ଦଳ ପ୍ରଥମ ମ୍ୟାଚରେ ୧୨ ଓଭର ସମସ୍ତ ଉଇକେଟ ବିନିମୟରେ ୭୩ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା । ଫଳରେ ହାଟବସ୍ତ କ୍ରିକେଟ ଦଳ ୨୩ରନରେ ବିଜୟ ହୋଇଥିଲା । ସେହି କ୍ରମରେ ୨ୟ ମ୍ୟାଚରେ ସଂପୁର ଓ କଣ୍ଟାବଣିଆ କ୍ରିକେଟ ଦଳ ମଧ୍ୟ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂପୁର କ୍ରିକେଟ ଦଳ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । କଣ୍ଟାବଣିଆ କ୍ରିକେଟ ଦଳ ୧୦ ଓଭରରେ ୭୫ ରନ ସଂଗ୍ରହ କରିଥିଲା l ଏହାର ଜବାବରେ ସଂପୁର କ୍ରିକେଟ ଦଳ ତାର ମୂଲ୍ୟବାନ ସମସ୍ତେ ଉଇକେଟ ହରାଇ ୨ଟି ବଲ ବାକିଥାଇ ୬୭ ରନ ସଂଗ୍ରହ କରି କରି ମ୍ୟାଚ ଜିତିଥିଲା । ଏହି ମ୍ୟାଚଟିକୁ ଆମ୍ପେୟର ଭାବେ ଭଗବାନ ମଙ୍ଗରାଜ ଓ ନାରାୟଣ ରଣସିଂହ ପରିଚାଳନା କରିଥିଲେ। ଆଜିରମ୍ୟାଚରେ ମୁଖ୍ୟଅତିଥି ଭାବେ ଭଏସ ଅଫ ମେଡ଼ିଆ ରାଜ୍ୟ ସାମ୍ବାଦିକ ସଭାପତି ପ୍ରଭାତ କୁମାର ମିଶ୍ର,ମୁଖ୍ୟବକ୍ତା ଭାବେ ଡକ୍ଟର ମଧୁମିତା ଷଡ଼ଙ୍ଗୀ,ସମ୍ମାନିତ ଅତିଥିଭାବେ ଆମ ସରକାର ଖବର କାଗଜର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଅନ୍ତର୍ଜାତୀକ ଯୁବ କ୍ରୀଡ଼ାବିତ ଶିବରାମ ସ୍ୱାଇଁ,ମାସୁକ ଖାନ,ସାମ୍ବାଦିକ ମାନସ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଆୟୋଜକ କ୍ଲବର ସଦସ୍ୟ ଗାନ୍ଧୀ, ସାଗର, ଦିଲୀପ, ତ୍ରିନାଥ, ଚିନୁ, ରମେଶ, ରାଜା, ବିକୁ, ଚିନୁ, ପିଣ୍ଟୁ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ପ୍ରମୁଖ ଆୟୋଜକ ବିଶ୍ୱଜିତ ସରୋଜ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା ।


