ଭୁବନେଶ୍ୱର ; ତା-୨୬/୦୪ ( ବିଏମସି ଟିଭି ଓଡ଼ିଆ)
ଓଡିଶା ଷ୍ଟେଟ ଚେସ ଆସୋସିଏସନ ଓ ଏସଡିଅମ ସପ୍ତା୍ୱେୟାର ସଲୟୁସନ ଭୁବନେଶ୍ୱର ର ମିଳିତ ଆବୁକୂଲ୍ୟରେ ଚଳିତ ଏପିଲ ୨୬ତାରିଖ ଦିନ କେଶୁରା ସ୍ଥିତ ରୟାଲ ପବ୍ଲିକ ସ୍କୁଲ ଠାରେ ପଞ୍ଚମ ଶ୍ୟାମାଳୀ ଡେ ସ୍ମାରକୀ ଷ୍ଟେଟ ଓପନ ଚେସ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି । ଏସଡିଏମ ସପ୍ଟୱେର ପଲୟୁସନ ର ସଲୟୁସନ ର ପରିଚାଳନା ନିର୍ଦେଶକ ଡିପିରେଖା ଡେ ଏହି ଚମ୍ପିୟାନ ସିପକୁ ଉଦଘାଟନ କରିଥିଲେ। ସର୍ବେଶ୍ୱର ସାମଲ, କେଶୁରା ରୟାଲ ପବ୍ଲିକ ସ୍କୁଲ ପ୍ରିନସିପାଲ ପ୍ରକାଶ ଚନ୍ଦ୍ର ବେହେରା, ମ୍ୟାନେଜର ଏସବିଆଇ ଅଡିଟ ଅଫିସର ରସୁଲଗଡ ଓଡିଶା ଷ୍ଟେଟ ଚେସ ଆସୋସିଏସନ ର ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଓ ସ୍ବର୍ଗତ ଶ୍ୟାମାଳୀ ଡେ ଙ୍କ ପୁତ୍ର ମାନବେଶ ଡେ ପ୍ରମୁଖ ଏହି ସମ୍ମିଳନୀରେ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଭୁବନେଶ୍ୱରର ଓମ ଆଦିତ୍ୟ ଷଡ଼ଙ୍ଗୀ ଆଗୁଆ ରହି ଚମ୍ପିୟାନ ହୋଇଥିବା ବେଳେ ଯାଜପୁର ର ସଞ୍ଜିବନ ନାୟକ ଦ୍ଵିତୀୟ ହୋଉଛନ୍ତି ।

ଏହା ସହିତ ପ୍ରଭୁଜି ଇଂଲିଶ ମିଡ଼ିଅମ ସ୍କୁଲ ର ମନୀଷ ରଞ୍ଜନ ଦାସ, ପୁରୀର ଶାଶ୍ୱତ ପାଣିଗ୍ରାହୀ , ଭୁବନେଶ୍ୱର ର ସତ୍ୟଜିତ ପଟନାୟକ ପ୍ରମୁଖ ପଞ୍ଚମ, ଷଷ୍ଠ ଓ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ଗୃପ ପ୍ରାଇଜ ୧୧ବର୍ଷରୁ କମ ବର୍ଷର ତାତୱା ତରୁଣ ମହାପାତ୍ର ପ୍ରଥମ , ଅଦଭିକ ମହାନ୍ତି ଦ୍ଵିତୀୟ ହୋଇଥିବା ବେଳେ ସେହିପରି ୧୩ ବର୍ଷରୁ କମ ବର୍ଷର ଓମ ଶତପଥି ପ୍ରଥମ ଓ ଅଂଶୁମାନ ବଳିୟାରସିଂ ଦ୍ୱିତୀୟ ଏବଂ ବାଳିକା ବର୍ଗର ସ୍ଥିତିପ୍ରଜ୍ଞ୍ୟା ପଟ୍ଟନାୟକ ପ୍ରଥମ ହୋଇଛନ୍ତି । ସେହିପରି ଆୟୁଷ୍ମାନ ବେହେରା, ସତ୍ଭିକ ମହାନ୍ତି , ଆଶୁତୋଷ ଅରୁଣ ଦାସ, ଶୁଭମ କୁମାର ଷଡ଼ଙ୍ଗୀ , ଆରିୟାନ ଦାସ ପ୍ରମୁଖଙ୍କୁ ସ୍ପେଶାଲ ପ୍ରାଇଜ ପ୍ରଦାନ କରାଯାଇଛି ।

ଭୁବନେଶ୍ୱର ରୁ ସିଟି ରିପୋଟର ମନୋଜ ବେହେରା ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।



