ନୂଆଦିଲ୍ଲୀ ; ତା-୦୪/୦୨ ( ବିଏମସି ଟିଭି ଓଡ଼ିଆ)
ଆସନ୍ତା ୭ ତାରିଖରୁ ଖେଳାଯିବ ଟି-୨୦ ବିଶ୍ବକପ । ସମସ୍ତ ଦଳ ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସ ମ୍ୟାଚରେ ନିଜର ଦକ୍ଷତା ପ୍ରତିପାଦନ ପାଇଁ ସମସ୍ତ ଦଳ ପ୍ରୟାସ କରିଛନ୍ତି । ତେବେ କଲମ୍ବୋରେ ନିଜର ସମସ୍ତ ମ୍ୟାଚ ଖେଳିବ ପାକିସ୍ତାନ । ଏହା ପୂର୍ବରୁ କଲମ୍ବୋରେ ଆୟାରଲ୍ୟାଣ୍ଡ ବିପକ୍ଷରେ ନିଜର ଅଭ୍ୟାସ ମ୍ୟାଚ ଖେଳିଥାନ୍ତା ପାକିସ୍ତାନ ।
ବୁଧବାର ଏହି ମ୍ୟାଚ ଖେଳାଯିବାକୁ ଥିବାବେଳେ ବାତିଲ୍ ହୋଇଯାଇଛି ।
ଅଭ୍ୟାସ ମ୍ୟାଚରେ ପାକିସ୍ତାନ ନିଜର ଖେଳାଳିଙ୍କ ଦକ୍ଷତା ଦେଖିଥାନ୍ତା । କିନ୍ତୁ ଏହି ଅଭ୍ୟାସ ମ୍ୟାଚ ପୂର୍ବରୁ ବର୍ଷା ସାଜିଛି ବାଧକ । ଏହି ମ୍ୟାଚ ବାତିଲ ହୋଇଥିବା ମ୍ୟାଚ ଖେଳିବାର ସୁଯୋଗ ପାଇନି ପାକିସ୍ତାନ । ପାକିସ୍ତାନ ନିଜର ସମସ୍ତ ମ୍ୟାଚ ଏହି କଲୋମ୍ବୋରେ ଖେଳିବ । ଆସନ୍ତା ୭ ତାରିଖରେ ନେଦରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ମାତ୍ର ଏହା ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବାରୁ ସୁଯୋଗ ହରାଇଛି ।
କହି ରଖୁଛୁ କି, ଭାରତ ବିପକ୍ଷରେ ଟି-୨୦ ବିଶ୍ବକପରେ ମ୍ୟାଚ ଖେଳିବାକୁ ମନା କରିଛି ପାକିସ୍ତାନ । ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନ ତିନୋଟି ମ୍ୟାଚ ଖେଳିବ । ଗ୍ରୁପ- ଏରେ ଭାରତ, ପାକିସ୍ତାନ, ଆମେରିକା, ନେଦରଲ୍ୟାଣ୍ଡ ସହ ରହିଛି ନାମିବ୍ୟା । ପ୍ରତି ଗ୍ରୁପରୁ ଦୁଇଟି ଦଳ ସୁପର-୮କୁ ଯିବେ । ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରିଛି ପାକିସ୍ତାନ । ଏଣୁ ପାକିସ୍ତାନକୁ ନିଜର ସ୍ଥାନ ପକ୍କା କରିବାକୁ ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ । ମାତ୍ର ପାକିସ୍ତାନ ଏଭଳି ଦଳ ମାନଙ୍କଠାରୁ କଷ୍ଟକର ସମୟରେ ପରାଜୟ ବରଣ କରିବାର ଉଦାହରଣ ମଧ୍ୟ ରହିଛି ।
ବିଏମସି ନ୍ୟୁଜ୍ ଓଡ଼ିଶା।


