ବଲାଙ୍ଗୀର/ଟିଟିଲାଗଡ଼ – ତା-୧୨/୦୧ ( ବିଏମସି ଟିଭି ଓଡ଼ିଆ)
ସ୍ବାମୀ ବିବେକାନନ୍ଦଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ଅବସରରେ ହିନ୍ଦୁ ସମାଜ ପକ୍ଷରୁ ସୋମବାର ସକାଳୁ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା ଯେଉଁଥିରେ ବିଧାୟକ ନବୀନ ଜୈନ ନିଜେ ବାଇକ ଧରି ରେଲିରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ମହାରାଜ ସାଗର ନିକଟ ହନୁମାନ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଓଭର ବ୍ରିଜ ନିକଟ ସଭା ସ୍ଥଳକୁ ପହଞ୍ଚିଥିଲା। ଏହାପରେ ଗାୟତ୍ରୀ ପରିବାର ପକ୍ଷରୁ ହୋମ ଯଜ୍ଞ ଆୟୋଜନ କରାଯାଇଥିଲା। ତାପରେ ଓଭର ବ୍ରିଜ ନିକଟରେ ଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ଜୈନ। ଏହାପରେ ସେଠାରେ ବିରାଟ ହିନ୍ଦୁ ସମ୍ମେଳନ ପକ୍ଷରୁ ଆୟୋଜିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସେଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ, ସ୍ବାମୀ ଦିବ୍ୟା ଲୀଳା ନନ୍ଦ, ସଙ୍କୁଳ ପ୍ରମୁଖ ଶିଶୁ ବିଦ୍ୟା ମନ୍ଦିର ଶ୍ରୀ ଟିକେ ଲାଲ୍ ବେହେରା, ଆରଏସଏସର ଡମ୍ବରୁ ଧର କର୍ମୀ, ମୁଖ୍ୟ ବକ୍ତା ଭାବେ ଆରଏସଏସର ଚାରୋଟି ରାଜ୍ୟର କ୍ଷେତ୍ରୀୟ ସଂଯୋଜକ ଦୁର୍ଗା ପ୍ରସାଦ ସାହୁ ଉପସ୍ଥିତ ଥିଲେ। ଏହି ବୈଠକରେ ହିନ୍ଦୁ ଏକ ହୁଅ, ଜାତି ପ୍ରଥା ବନ୍ଦ କର ଓ ରାଷ୍ଟ୍ରୀୟ ମନୋଭାବ ରଖି ଏକତା ନିବିଡ ହେଉ ବୋଲି ସମସ୍ତ ଅତିଥି ମାନେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଗାୟତ୍ରୀ ପରିବାର ଏବଂ ଅନ୍ୟାନ୍ୟ ହିନ୍ଦୁ ସମାଜର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


